ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ଦେହାନ୍ତ

0

ହରିୟାଣା: ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲାଙ୍କ ଶୁକ୍ରବାର ପରଲୋକ ଘଟିଛି। ଗୁରୁଗ୍ରାମ ମେଦାନ୍ତା ହସ୍ପିଟାଲରେ ଦିନ ପ୍ରାୟ ୧୨ଟା ସମୟରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କର ଶ୍ଵାସକ୍ରିୟାରେ ସମସ୍ୟା ଥିଲା ଏବଂ ଗତ ତିନି-ଚାରି ବର୍ଷ ଧରି ସେ ମେଦାନ୍ତାରେ ଚିକିତ୍ସିତ ହେଉଥିଲେ। ଆଜି ହଠାତ୍ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ୧୧ଟା ୩୫ ସମୟରେ ତାଙ୍କୁ ମେଦାନ୍ତାରରେ ଭର୍ତ୍ତି କରାଯାଇଥିଲା। ସେ ଆଜି ତାଙ୍କ ଗୁରୁଗାଓଁସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।

ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କହିଛନ୍ତି ଡାକ୍ତର। ଆସନ୍ତାକାଲି ସକାଳ ୮ଟାରୁ ରାତି ୨ଟା ପର୍ଯ୍ୟନ୍ତ ଅନ୍ତିମ ଦର୍ଶନ ପାଇଁ ତାଙ୍କ ମୃତଦେହକୁ ତେଜା ଖେଡ଼ା ଫାର୍ମରେ ରଖାଯିବ। ଦିନ ୩ଟାରେ ଅନ୍ତିମ ସଂସ୍କାର କରାଯିବ। ସେ ୨ ଡିସେମ୍ବର ୧୯୮୯ରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୧୭୧ ଦିନ ଏହି ପଦବୀରେ ରହିଥିଲେ। ଏହା ପରେ ସେ ୧୨ ଜୁଲାଇ ୧୯୯୦ରେ ମୁଖ୍ୟମନ୍ତ୍ରୀ ହୋଇ ପଦବୀରେ ମାତ୍ର ୫ ଦିନ ରହିଥିଲେ।

ଏହା ପରେ ସେ ପୁଣି ୨୨ ମାର୍ଚ୍ଚ ୧୯୯୧ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୧୫ ଦିନ ପଦବୀରେ ରହିଥିଲେ। ଓମ୍‌ପ୍ରକାଶ ପୁଣି ୨୪ ଜୁଲାଇ ୧୯୯୯ରେ ମୁଖ୍ୟମନ୍ତ୍ରୀ ଚେୟାରରେ ବସି ୨ ମାର୍ଚ୍ଚ ୨୦୦୦ ପର୍ଯ୍ୟନ୍ତ ରହିଥିଲେ। ତା’ପରେ ସେ ତାଙ୍କର କାର୍ଯ୍ୟକାଳ ପାଞ୍ଚ ବର୍ଷ ପୂରଣ କଲେ। ଅର୍ଥାତ୍‌ ସେ ୨୦୦୫ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିଥିଲେ।

ଓମ୍‌ ପ୍ରକାଶଙ୍କ ପିତା ଚୌଧୁରୀ ଦେବୀ ଲାଲ୍‌ ଦୁଇଥର ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ୨୧ ଜୁନ୍‌ ୧୯୭୭ରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ପ୍ରାୟ ଦୁଇ ବର୍ଷ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ। ତା’ପରେ ସେ ୨୦ ଜୁନ୍‌ ୧୯୮୭ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ଏହି ପଦବୀରେ ଦୁଇ ବର୍ଷ ୧୬୫ ଦିନ ରହିଥିଲେ।

Leave A Reply

Your email address will not be published.