ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବଢିଲା ରାହୁଲଙ୍କ ଅଡ଼ୁଆ: ଜାରି ହେଲା ସମନ

0

ନୂଆଦିଲ୍ଲୀ: ବଢ଼ିଲା ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅଡୁଆ। ଲୋକସଭା ନିର୍ବାଚନ ସମୟରେ ଅର୍ଥନୈତିକ ସର୍ଭେକୁ ନେଇ କଂଗ୍ରେସ ଏମ୍‌ପି ତଥା ଲେକା ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟ ପାଇଁ ବରେଲିର ଏକ ଅଦାଲତ ଶନିବାର ତାଙ୍କୁ ସମନ ଜାରି କରିଛନ୍ତି। ଜାନୁଆରୀ ୭ରେ ତାଙ୍କୁ କୋର୍ଟରେ ହାଜର ହେବା ପାଇଁ ଜିଲା ତଥା ଦୌରା ଜଜ୍‌ ସୁଧୀର କୁମାର ନିର୍ଦ୍ଦେଶ ଦେଇଛନ୍ତି।

ଲୋକସଭା ନିର୍ବାଚନ ବେଳେ ରାହୁଲ ଗାନ୍ଧି ନିଜର ଏକ ବୟାନରେ କହିଥିଲେ ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ ତେବେ ଦେଶରେ ଜାତି ଜନଗଣନା ଓ ଆର୍ଥିକ ସର୍ବେକ୍ଷଣ କରାଯିବ। ତାଙ୍କର ଏହି ବୟାନକୁ ନେଇ ଅନେକ ହଙ୍ଗାମା ହୋଇଥିଲା। ବିଜେପି ଏହାକୁ ପ୍ରସଙ୍ଗ କରି ରାହୁଲଙ୍କୁ ଜୋରଦାର ଟାର୍ଗେଟ୍‌ କରିଥିଲା।

ଭାରତୀୟ ହିନ୍ଦୁ ମହାସଂଘର ମଣ୍ଡଳ ସଭାପତି ପଙ୍କଜ ପାଠକଙ୍କ ଆବେଦନ ଆଧାରରେ ଏହି ସମନ ଜାରି କରାଯାଇଛି। ରାହୁଲଙ୍କ ନାଁରେ ମାମଲା ରୁଜୁ ପାଇଁ ଗତ ଅଗଷ୍ଟରେ ପାଠକ ଏମ୍‌ଏଲ୍‌ଏ-ଏମ୍‌ପି କୋର୍ଟ/ସିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉକ୍ତ ଅଦାଲତ ଆବେଦନକୁ ଖାରଜ କରିଦେବାରୁ ସେ ସେସନ୍ସ କୋର୍ଟରେ ରିଭିଜନ ପିଟିଶନ ଦାଏର କରିଥିଲେ। ଲୋକ ସଭା ନିର୍ବାଚନ ବେଳେ ରାହୁଲ କହିଥିଲେ, ଦୁର୍ବଳ ଶ୍ରେଣୀ ଲୋକଙ୍କ ଶତାଂଶ ଅଧିକ ହୋଇଥିବା ସତ୍ତ୍ୱେ ସେମାନଙ୍କ ପାଖରେ ଥିବା ସମ୍ପତ୍ତି ଶତାଂଶ ବହୁତ କମ୍‌। ଏଭଳି ହେଲେ ଅଧିକ ଜନସଂଖ୍ୟା ଲୋକେ ଅଧିକ ଅଧିକ ସମ୍ପତ୍ତି ଦାବି କରିପାରିବେ। ପାଠକଙ୍କ ଓକିଲ ବୀରେନ୍ଦ୍ର ପାଲ୍‌ ଗୁପ୍ତା ଅଦାଲତଙ୍କୁ ଏହା ଜଣାଇବା ସହ ରାହୁଲ ରାଜନୈତିକ ଫାଇଦା ପାଇଁ ତାଙ୍କ ମନ୍ତବ୍ୟ ଜରିଆରେ ଦୁର୍ବଳ ବର୍ଗଙ୍କୁ ଉସୁକାଇବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଥିଲେ

Leave A Reply

Your email address will not be published.