ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନିଲମ୍ବିତ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଉଠାଇନେଲା ଭିଜିଲାନ୍ସ

0

ନବରଙ୍ଗପୁର: ଦୁଇଟି ପଞ୍ଚାୟତରୁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ଆତ୍ମସାତ୍‌ ଅଭିଯୋଗରେ ସମ୍ପୃକ୍ତ ନିଲମ୍ବିତ ପିଇଓଙ୍କୁ ଉଠାଇ ନେଲା ନବରଙ୍ଗପୁର ଭିଜିଲାନ୍ସ। କୋରାପୁଟ ଜିଲା ଜୟପୁରସ୍ଥିତ ଭିଜିଲାନ୍ସ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା ଚଳାଇଛି। ଆଗରୁ ରାଇଘର ବ୍ଲକ ୩ଟି ପଞ୍ଚାୟତ ତୁରୁଡ଼ିହି, କଚରାପରା -୩ ଓ ପରଚିପାରା ଦାୟିତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ଭତ୍ରା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ତୁରୁଡ଼ିହି ପଞ୍ଚାୟତରେ ୬୫ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗରେ ପ୍ରଥମେ ସେପ୍ଟେମ୍ବରରେ କୁନ୍ଦେଇ ଥାନାରେ ଅଭିଯୋଗ ହୋଇଥିଲା। ପରେ ପିଇଓଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଥିଲେ।

ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ପରଚିପାରା ଓ କଚରାପାରା-୩ ପଞ୍ଚାୟତର ନିଲମ୍ବିତ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ ) ସୁରେନ୍ଦ୍ର ଭତ୍ରାଙ୍କୁ ଗତକାଲି ରାତିରେ ନବରଙ୍ଗପୁର ସହରରୁ ଭିଜିଲାନ୍ସ ଉଠାଇନେଇଛି। ସୁରେନ୍ଦ୍ର ପରଚିପାରା ପଞ୍ଚାୟତରେ କାର୍ଯ୍ୟରତ ଥିବା ସମୟରେ ଚାଉଳ, ଉନ୍ନୟନମୂଳକ କାର୍ଯ୍ୟ, ପେନ୍‌ସନ୍‌, ସିଏଫ୍‌ସି, ଏସ୍‌ଏଫ୍‌ସି ପାଣ୍ଠିରୁ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ଆତ୍ମସାତ କରିଥିବା ବେଳେ କଚରାପାରା-୩ ପଞ୍ଚାୟତର ମଧ୍ୟ ସେହିଭଳି ୩୫ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆସିଥିଲା। ସେହି ସମୟରେ ନବରଙ୍ଗପୁର ଭିଜିଲାନ୍ସ ନିଜପଟୁ ୨ଟି ମାମଲା (କେସ୍‌ ନଂ- ୨୭ଓ ୨୮/୪୪)ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଗତକାଲି ରାତିରେ ନବରଙ୍ଗପୁର ସହରରୁ ତାଙ୍କୁ ଭିଜିଲାନ୍ସ ଉଠାଇନେଇଛି l

ପୂର୍ବରୁ ସେ ଉକ୍ତ ବ୍ଲକର ତୁରୁଡିହି ପଞ୍ଚାୟତର ୬୫ ଲକ୍ଷରୁ ଊର୍ଦ୍ଧ୍ୱ ସରକାରୀ ଟଙ୍କା ହଡ଼ପ କରିଥିବା ନେଇ ରାଇଘର ବିଡିଓ ଲକ୍ଷ୍ମୀସାଗର ମାଝୀ କୁନ୍ଦେଇ ଥାନାରେ ଏତଲା ଦେଇ ବିଭାଗୀୟ ତଦନ୍ତ କରିଥିଲେ। ସେହି ତଦନ୍ତ ଆଧାରରେ ନବରଙ୍ଗପୁର ଜିଲାପାଳ ସୁରେନ୍ଦ୍ରଙ୍କୁ ନିଲମ୍ବନ କରିଥିଲେ।

Leave A Reply

Your email address will not be published.