ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଓଡ଼ିଶାର ଆଉ ୩ଟି ସ୍ଥାନରେ ଡପଲର ରାଡାର

0

ଭୁବନେଶ୍ବର: ଓଡ଼ିଶାର ଆଉ ୩ଟି ସ୍ଥାନରେ ଡପଲର ରାଡାର ଲାଗିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ସୂଚନା ଦେଇଛନ୍ତି। ଓଡ଼ିଶାର ପାରାଦୀପ ଏବଂ ଗୋପାଳପୁରରେ ୨ଟି ଡପଲର ରାଡାର ରହିଛି। ବର୍ତ୍ତମାନ ଆଉ ୩ଟି ସ୍ଥାନରେ ଏହି ରାଡାର ଲାଗିବ।

ରାଜ୍ୟରେ ବସିବ ୩ ନୂଆ ଡପଲାର ରାଡାର୍। ସମ୍ବଲପୁର, ବାଲେଶ୍ଵର ଓ ଭୁବନେଶ୍ୱରରେ ବସିବ ରାଡାର। ଭୁବନେଶ୍ୱର ପାଇଁ ସ୍ଵତନ୍ତ୍ର ରାଡାର ଯାହା କୃତ୍ରିମ ବନ୍ୟା ବା ସହରୀ ବନ୍ୟା ପାଇଁ ସଠିକ୍ ତଥ୍ୟ ଯୋଗାଇବ। ଏହାସହ ଏୟାର କ୍ୱାଲିଟି ନେଇ ସଠିକ୍ ତଥ୍ୟ ଯୋଗାଇଦେବ। ସାରା ଦେଶରେ ୨୦୨୬ ପହିଲା ସୁଦ୍ଧା ୧୨୬ ଟି ରାଡାର ଲାଗିବ। ବର୍ତ୍ତମାନ ୭୩ ଟି ରାଡାର କାମ କରୁଥିବାବେଳେ ନୂଆ ୫୩ଟି ରାଡାର ଲାଗିବ। ସେପଟେ ଅଦିନିଆ ବର୍ଷାକୁ ନେଇ ସତର୍କ କଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆସନ୍ତାକାଲିଠୁ ରାଜ୍ୟରେ ପୁଣି ହେବ ବର୍ଷା। ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ୨୪ ଓ ୨୫ରେ ବର୍ଷା ହେବ। ଆବଶ୍ୟକୀୟ ପଦକ୍ଷେପ ନେବା ଲାଗି ଚାଷୀଙ୍କୁ ସତର୍କ କରାଇଛି ପାଣିପାଗ ବିଭାଗ।

Leave A Reply

Your email address will not be published.