ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

୫ମ ଓ ୮ମରେ ଫେଲ୍‌ ହେଲେ ପରବର୍ତ୍ତୀ ଶ୍ରେଣୀକୁ ଯାଇ ପାରିବେ ନାହିଁ

0

ନୂଆଦିଲ୍ଲୀ: ସ୍କୁଲ ଶିକ୍ଷାରେ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ୫ମ ଓ ୮ମ ଶ୍ରେଣୀରେ ରହିଥିବା ଫେଲ୍‌ ନ ହେବା କଟକଣାକୁ ଆଜି ସରକାର ହଟାଇ ଦେଇଛନ୍ତି। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ଫେଲ୍। ଫେଲ୍ ହେଲେ ପରବର୍ତ୍ତୀ ଶ୍ରେଣୀକୁ ଯାଇ ପାରିବେ ନାହିଁ। ଏନେଇ ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସଚିବ ସଞ୍ଜୟ କୁମାର।

ଶିକ୍ଷାର ମାନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ସୋମବାର ଆଉ ଏକ ନିୟମକୁ କଡ଼ାକଡ଼ି କରିଛନ୍ତି। ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍‌ ହେଲେ ସେମାନଙ୍କୁ ଆଉ ବର୍ଷେ ସମାନ ଶ୍ରେଣୀରେ ପଢିବାକୁ ହେବ। ପୂର୍ବରୁ ଲାଗୁ ଥିବା ନିୟମକୁ ପରିବର୍ତ୍ତନ କରି ସରକାର ଏହି ଆଇନ ଆଣିଛନ୍ତ। ଅର୍ଥାତ ଫେଲ୍‌ ହେଲେ ପରବର୍ତ୍ତୀ ଶ୍ରେଣୀକୁ ଯାଇ ପାରିବେ ନାହିଁ। ଏନେଇ ସୂଚନା କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର ସୂଚନା ଦେଇଛନ୍ତି।

ତେବେ ଯେଉଁ ଛାତ୍ରୀଛାତ୍ରମାନେ ପଞ୍ଚମ ଓ ଅଷ୍ଟମରେ ଫେଲ୍‌ ହେବେ ସେମାନଙ୍କୁ ୨ ମାସରେ ରିଟେଷ୍ଟ ସୁଯୋଗ ମିଳିବ। ଯେଉଁମାନେ ରିଟେଷ୍ଟରେ ଉତ୍ତୀର୍ଣ୍ଣ ନ ହେଲେ ସେହି ପୁରୁଣା ଶ୍ରେଣୀରେ ରହିବେ। କିନ୍ତୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍‌ରୁ ବାହାର କରାଯାଇପାରିବନି। ଶିକ୍ଷାର ମାନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଶିକ୍ଷା ସଚିବ କହିଛନ୍ତି।

Leave A Reply

Your email address will not be published.