ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

୫ମ ଓ ୮ମରେ ଫେଲ୍‌ ହେଲେ ପରବର୍ତ୍ତୀ ଶ୍ରେଣୀକୁ ଯାଇ ପାରିବେ ନାହିଁ

0

ନୂଆଦିଲ୍ଲୀ: ସ୍କୁଲ ଶିକ୍ଷାରେ ବଡ଼ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ୫ମ ଓ ୮ମ ଶ୍ରେଣୀରେ ରହିଥିବା ଫେଲ୍‌ ନ ହେବା କଟକଣାକୁ ଆଜି ସରକାର ହଟାଇ ଦେଇଛନ୍ତି। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେଲେ ଫେଲ୍। ଫେଲ୍ ହେଲେ ପରବର୍ତ୍ତୀ ଶ୍ରେଣୀକୁ ଯାଇ ପାରିବେ ନାହିଁ। ଏନେଇ ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସଚିବ ସଞ୍ଜୟ କୁମାର।

ଶିକ୍ଷାର ମାନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ସୋମବାର ଆଉ ଏକ ନିୟମକୁ କଡ଼ାକଡ଼ି କରିଛନ୍ତି। ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍‌ ହେଲେ ସେମାନଙ୍କୁ ଆଉ ବର୍ଷେ ସମାନ ଶ୍ରେଣୀରେ ପଢିବାକୁ ହେବ। ପୂର୍ବରୁ ଲାଗୁ ଥିବା ନିୟମକୁ ପରିବର୍ତ୍ତନ କରି ସରକାର ଏହି ଆଇନ ଆଣିଛନ୍ତ। ଅର୍ଥାତ ଫେଲ୍‌ ହେଲେ ପରବର୍ତ୍ତୀ ଶ୍ରେଣୀକୁ ଯାଇ ପାରିବେ ନାହିଁ। ଏନେଇ ସୂଚନା କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର ସୂଚନା ଦେଇଛନ୍ତି।

ତେବେ ଯେଉଁ ଛାତ୍ରୀଛାତ୍ରମାନେ ପଞ୍ଚମ ଓ ଅଷ୍ଟମରେ ଫେଲ୍‌ ହେବେ ସେମାନଙ୍କୁ ୨ ମାସରେ ରିଟେଷ୍ଟ ସୁଯୋଗ ମିଳିବ। ଯେଉଁମାନେ ରିଟେଷ୍ଟରେ ଉତ୍ତୀର୍ଣ୍ଣ ନ ହେଲେ ସେହି ପୁରୁଣା ଶ୍ରେଣୀରେ ରହିବେ। କିନ୍ତୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ୍‌ରୁ ବାହାର କରାଯାଇପାରିବନି। ଶିକ୍ଷାର ମାନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଶିକ୍ଷା ସଚିବ କହିଛନ୍ତି।

Leave A Reply

Your email address will not be published.