ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ

0

ନୂଆଦିଲ୍ଲୀ: ସଂସଦ ପରିସରରେ ଠେଲାପେଲା ଘଟଣାରେ ଆହତ ହୋଇଥିବା ୨ ବିଜେପି ସାଂସଦ ଚାରିଦିନ ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇ ନୋଏଡ଼ାର ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି।। ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏବଂ ଉତ୍ତରପ୍ରଦେଶର ଫାରୁଖାବାଦ ସାଂସଦ ମୁକେଶ ରାଜପୁତ ଡିସେମ୍ବର ୧୯ରେ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ଡିସେମ୍ବର ୧୯ରେ ମୁଣ୍ଡରେ ଆଘାତ ଲାଗିଥିବାରୁ ଉଭୟଙ୍କୁ ସଂସଦରୁ ଡାକ୍ତରଖାନା ଅଣାଯାଇଥିଲା। ବର୍ତ୍ତମାନ ଉଭୟଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ମୁକେଶ ରାଜପୁତଙ୍କ ମୁଣ୍ଡରେ ଏବେ ବି ଯନ୍ତ୍ରଣା ରହିଛି। ଏଥିସହ ପ୍ରତାପ ଷଡ଼ଙ୍ଗୀଙ୍କର ଅଧିକ ରକ୍ତସ୍ରାବ ହେଉଥିଲା ଏବଂ ତାଙ୍କର ଗଭୀର କ୍ଷତ ହୋଇଥିଲା। ଏହି କାରଣରୁ ତାଙ୍କ ମୁଣ୍ଡରେ ଷ୍ଟିଚ୍ ମଧ୍ୟ ପଡ଼ିଛି। ରାମ ମନୋହର ଲୋହିଆ ହସ୍ପିଟାଲରେ ଅତ୍ୟଧିକ ଭିଡ଼ ଥିବାରୁ ଉଭୟ ସାଂସଦଙ୍କୁ ନୋଏଡ଼ାର କୈଳାଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଉଭୟ ଲୋକ ସଭା ଏମପିଙ୍କୁ ଆଇସିୟୁରେ ଅବଜରଭେଶନରେ ରଖି ଡିସେମ୍ବର ୨୧ରେ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଜଣେ ବରିଷ୍ଠ ଡାକ୍ତର କହିଛନ୍ତି ଯେ ବର୍ତ୍ତମାନ ଉଭୟଙ୍କ ଅବସ୍ଥା ବହୁତ ଭଲ ଅଛି ।

ସୂଚନାଯୋଗ୍ୟ, ଡ. ବି.ଆର୍. ଆ‌ମ୍ବେଦକରଙ୍କ ବିଷୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକୁ ନେଇ ଗୁରୁବାର ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ଏହାରି ମଧ୍ୟରେ ବିଜେପି ସାଂସଦ ଦାବି କରିଥିଲେ ଯେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଜେପି ସାଂସଦ ମୁକେଶ ରାଜପୁତଙ୍କୁ ଠେଲି ଦେଇଥିଲେ। ଫଳରେ ସେ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପଡ଼ି ଯାଇଥିଲେ। ଏହାପରେ ସେ ତଳେ ପଡ଼ି ଯାଇଥିଲେ ଏବଂ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଦୁହିଁଙ୍କୁ ଦିଲ୍ଲୀର ଆରଏମଏଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା।

ଅପରପକ୍ଷେ ରାହୁଲ ଗାନ୍ଧୀ କହିଥିଲେ ଯେ, ବିଜେପି ସାଂସଦମାନେ ତାଙ୍କୁ ଅଟକାଇ ସଂସଦ ମଧ୍ୟକୁ ପ୍ରବେଶ କରିବାକୁ ଦେଇ ନଥିଲେ। ସେ ପ୍ରବେଶ କରିବାକୁ ଉଦ୍ୟମ କରିବା ସମୟରେ ଠେଲାପେଲାରେ ଏପରି ହୋଇଛି।

Leave A Reply

Your email address will not be published.