ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନୂଆବର୍ଷରୁ ମାଲକାନାଗିରିରୁ ଉଡିବ ବିମାନ

0

ମାଲକାନାଗିରି: ନୂଆବର୍ଷରୁ ମାଲକାନାଗିରିରୁ ଉଡିବ ବିମାନ। ଓଡିଶାର ପୂର୍ବଘାଟ ଉପରେ ବିଶାଖାପାଟନମ୍ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ମାଲକାନଗିରି ମଧ୍ୟରେ ଏକ ବିମାନସେବା ଆରମ୍ଭ ହେବାକୁ ନେଇ ସବୁଜ ସଂକେତ ମିଳିଛି। ସଂପ୍ରତି ଅପରେଟର ଇଣ୍ଡିଆ ଓ୍ବାନରୁ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଇବା ପାଇଁ ପ୍ରି-ଅପରେସନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଯଦି ଷ୍ଟେକ ହୋଲଡରଙ୍କ ଯୋଜନା ଅନୁଯାୟୀ ସବୁକିଛି ଠିକ୍ ଚାଲେ, ତେବେ ଲୋକମାନେ, ବିଶେଷକରି ଓଡିଶାର ବିଭିନ୍ନ ସହରର ବାସିନ୍ଦା ତଥା ପର୍ଯ୍ୟଟକମାନେ ଆନ୍ଧ୍ରର ଉପକୂଳବର୍ତ୍ତୀ ସହରରୁ ମାଲକାନଗିରି ପର୍ଯ୍ୟନ୍ତ ଆକାଶ ମାର୍ଗରେ ଉଡାଣ ଭରିପାରିବେ ବୋଲି ଆଶା ରଖାଯାଇଛି।

ଏନେଇ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଯଦି ଯୋଜନା ଅନୁସାରେ ସବୁକିଛି ଚାଲେ ତେବେ ଏହି ସେବା ୨୦୨୫ ଜାନୁଆରୀ ମାସରୁ ହିଁ ଆରମ୍ଭ ହୋଇଯିବ। ଏଥିପାଇଁ ଇଣ୍ଡିଆ ଓ୍ବାନ ଏୟାରଲାଇନ୍ସ ମଧ୍ୟ ଶୀଘ୍ର ବିମାନ ଚଳାଚଳ ପାଇଁ କାର୍ଯ୍ୟ କରୁଛି। ତେବେ ମାଲକାନଗିରି ବିମାନବନ୍ଦର ବାଣିଜ୍ୟିକ ବିମାନ (ନିର୍ଦ୍ଧାରିତ ବିମାନ) ପାଇଁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ବର୍ତ୍ତମାନ, ଇଣ୍ଡିଆ ୱାନ୍ ବିଶାଖାପାଟନମ୍ ଏବଂ ଜୟପୁର ମଧ୍ୟରେ ଏକ ନଅ ସିଟ୍ ବିଶିଷ୍ଟ ଜେଟ୍ ଚଳାଉଛି ଯାହା ବ୍ୟବସାୟିକ କ୍ଷେତ୍ରରେ ଲାଭଦାୟକ ହେବ।

ତେବେ କହିରଖୁଛୁ, ଚଳିତ ବର୍ଷ ଜାନୁଆରୀ ଆନୁଷ୍ଠାନିକ ଭାବେ ମାଲକାନଗିରି ବିମାନସେବା ଆରମ୍ଭ ହୋଇଥିଲେ ମଧ୍ୟ ଏଥିରେ ବର୍ତ୍ତମାନ ମନ୍ତ୍ରୀଙ୍କ ଯାଆାସ ପରି ଅଣନିର୍ଦ୍ଧାରିତ ବିମାନ ଚଳାଚଳ କରୁଛି। କିମ୍ବା କୌଣସି ଜରୁରୀକାଳୀନ ସେବାରେ ବ୍ୟବହାର ହେଉଛି ମାଲକାନଗିରି ବିମାନବନ୍ଦର। ବର୍ତ୍ତମାନ ପର୍ଯ୍ୟନ୍ତ ନିୟମିତ ଭାବରେ ଯାତ୍ରୀଙ୍କୁ ସେବା ଯୋଗାଇଦେବା ଭଳି ଏକ ନିର୍ଦ୍ଧାରିତ ସମୟରେ ବିମାନସେବା ଆରମ୍ଭ ହୋଇନାହିଁ।

Leave A Reply

Your email address will not be published.