ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବିବାହ ବନ୍ଧନରେ ଆବଦ୍ଧ ହେଲେ ପିଭି ସିନ୍ଧୁ

0

ରାଜସ୍ଥାନ: ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି। ହିନ୍ଦୁ ରୀତିନୀତି ଅନୁଯାୟୀ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ବିବାହର ପ୍ରଥମ ଫଟୋମଧ୍ୟ ପ୍ରକାଶ ପାଇଛି। ଏଥିରେ ଉଭୟଙ୍କ ଯୋଡି ବହୁତ ସୁନ୍ଦର ଦେଖାଯାଉଛି। ସିନ୍ଧୁ ଏବଂ ଭେଙ୍କଟ ଡିସେମ୍ବର ୨୨ରେ ବିବାହ କରିଥିଲେ। ବିବାହ ସମାରୋହକୁ ବହୁତ ବ୍ୟକ୍ତିଗତ ଭାବେ ରଖାଯାଇଛି। ସିନ୍ଧୁ ଏପର୍ଯ୍ୟନ୍ତ ତାଙ୍କ ବିବାହ ଫଟୋ ଶେୟାର କରିନାହାଁନ୍ତି। ତେବେ ଏହି ବିବାହରେ ଜଡିତ ଥିବା କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱତ ଉଭୟଙ୍କ ବିବାହ ଫଟୋ ଶେୟାର କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ ସିନ୍ଧୁଙ୍କ ବାହାଘର ସମୟର ଏକ ଫଟୋ ‘ଏକ୍ସ’ରେ ଶେୟାର କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ‘‘ରବିବାର ସନ୍ଧ୍ୟାରେ ଉଦୟପୁରରେ ଭେଙ୍କଟ ଦତ୍ତା ସାଇଙ୍କ ସହ ଆମର ବ୍ୟାଡମିଣ୍ଟନ ଚମ୍ପିଆନ ଅଲିମ୍ପିଆନ ପିଭି ସିନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେଇ ଅତ୍ୟନ୍ତ ଖୁସି ଲାଗିଲା। ମୁଁ ଏହି ଦମ୍ପତିଙ୍କୁ ସେମାନଙ୍କର ନୂତନ ଜୀବନ ପାଇଁ ଶୁଭେଚ୍ଛା ଏବଂ ଆଶୀର୍ବାଦ ଦେଲି।’’

ଏହି ଦମ୍ପତି ଡିସେମ୍ବର ୨୪ରେ ହାଇଦ୍ରାବାଦରେ ଏକ ବିଶାଳ ରିସେପ୍ସନ ଆୟୋଜନ କରିବାକୁ ଯାଉଛନ୍ତି। ଏଥିରେ କ୍ରୀଡା ଜଗତ ବ୍ୟତୀତ ଚଳଚ୍ଚିତ୍ର ତଥା ରାଜନୈତିକ ଜଗତର ବଡ ବ୍ୟକ୍ତିତ୍ୱମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.