ପ୍ରମୁଖ ଖବର

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍‌ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍‌କ୍ରିପସନ୍‌, ଲାଗୁ ହେବ ‘ୱାନ୍‌ ନେସନ, ୱାନ୍‌ ହେଲ୍‌ଥ’

ସମନ ପରେ ଥାନାରେ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ

0

ହାଇଦ୍ରାବାଦ: ଥିଏଟରରେ ଦଳାଚକଟା ମାମଲାରେ ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଏକ ନୂଆ ସମନ ପଠାଇଛି। ଯେଉଁଥିରେ ତାଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଚିକଡପଲ୍ଲୀ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସମନ ପରେ ଅଲ୍ଲୁ ମଙ୍ଗଳବାର ହାଇଦ୍ରାବାଦ ପୋଲିସ ନିକଟରେ ହାଜର ହୋଇଛନ୍ତି।

କହିରଖୁଛୁ ଯେ, ପୁଷ୍ପା ୨ ପ୍ରିମିୟର୍‌ ସମୟରେ ହାଇଦ୍ରାବାଦର ସାା ଥିଏଟରରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଯେଉଁଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଆହତ ହୋଇଥିଲେ। ଏହି ମାମଲାରେ ଅଲ୍ଲୁଙ୍କୁ ଗିରଫ କରାଯାଇଥିଲା ଏବଂ ସେ ମଧ୍ୟ ଗୋଟିଏ ରାତି ଜେଲରେ ରହିଥିଲେ। ବର୍ତ୍ତମାନ ଅଭିନେତା ଜାମିନରେ ଅଛନ୍ତି। ଏହି ଘଟଣା ତେଲଙ୍ଗାନାରେ ଏକ ରାଜନୈତିକ ବିବାଦ ସୃଷ୍ଟି କରିଛି।
ଏହା ସହିତ ଅଲ୍ଲୁଙ୍କ ଘରେ ଭଙ୍ଗାରୁଜା କରିଥିବା ୬ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ହାଇଦ୍ରାବାଦର ଜୁବୁଲି ପାହାଡରେ ଥିବା ତାଙ୍କ ଘରେ ଆକ୍ରମଣର କିଛି ଘଣ୍ଟା ପରେ ଅଲ୍ଲୁ ଅର୍ଜୁନ ତାଙ୍କ ପିଲା ଆୟାନ ଏବଂ ଆରହାଙ୍କୁ ସେଠାରୁ ସ୍ଥାନାନ୍ତର କରିଛନ୍ତି। ବିକ୍ଷୋଭକାରୀମାନେ ଅଭିନେତାଙ୍କ ଘର ଉପରକୁ ପଥର ଫୋପାଡି ସନ୍ଧ୍ୟା ଥିଏଟରରେ ମହିଳାଙ୍କ ମୃତ୍ୟୁ ପାଇଁ ନ୍ୟାୟ ଦାବି କରିଥିଲେ। ଏହା ସହିତ ଲୋକମାନେ ବିଭିନ୍ନ ସ୍ଲୋଗାନ୍‌ ଦେବା ସହ ପ୍ଲାକାର୍ଡ ଧରି ଅଭିନେତାଙ୍କ କୁଶପୁତଳିକା ଦାହ କରିଥିଲେ। ତାଙ୍କ ଫୁଲ କୁଣ୍ଡ ମଧ୍ୟ ଭାଙ୍ଗିଥିଲେ ଏବଂ ବିରୋଧ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.