ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ସମନ ପରେ ଥାନାରେ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ

0

ହାଇଦ୍ରାବାଦ: ଥିଏଟରରେ ଦଳାଚକଟା ମାମଲାରେ ସୋମବାର ହାଇଦ୍ରାବାଦ ପୋଲିସ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଏକ ନୂଆ ସମନ ପଠାଇଛି। ଯେଉଁଥିରେ ତାଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଚିକଡପଲ୍ଲୀ ଥାନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସମନ ପରେ ଅଲ୍ଲୁ ମଙ୍ଗଳବାର ହାଇଦ୍ରାବାଦ ପୋଲିସ ନିକଟରେ ହାଜର ହୋଇଛନ୍ତି।

କହିରଖୁଛୁ ଯେ, ପୁଷ୍ପା ୨ ପ୍ରିମିୟର୍‌ ସମୟରେ ହାଇଦ୍ରାବାଦର ସାା ଥିଏଟରରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଯେଉଁଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଆହତ ହୋଇଥିଲେ। ଏହି ମାମଲାରେ ଅଲ୍ଲୁଙ୍କୁ ଗିରଫ କରାଯାଇଥିଲା ଏବଂ ସେ ମଧ୍ୟ ଗୋଟିଏ ରାତି ଜେଲରେ ରହିଥିଲେ। ବର୍ତ୍ତମାନ ଅଭିନେତା ଜାମିନରେ ଅଛନ୍ତି। ଏହି ଘଟଣା ତେଲଙ୍ଗାନାରେ ଏକ ରାଜନୈତିକ ବିବାଦ ସୃଷ୍ଟି କରିଛି।
ଏହା ସହିତ ଅଲ୍ଲୁଙ୍କ ଘରେ ଭଙ୍ଗାରୁଜା କରିଥିବା ୬ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ହାଇଦ୍ରାବାଦର ଜୁବୁଲି ପାହାଡରେ ଥିବା ତାଙ୍କ ଘରେ ଆକ୍ରମଣର କିଛି ଘଣ୍ଟା ପରେ ଅଲ୍ଲୁ ଅର୍ଜୁନ ତାଙ୍କ ପିଲା ଆୟାନ ଏବଂ ଆରହାଙ୍କୁ ସେଠାରୁ ସ୍ଥାନାନ୍ତର କରିଛନ୍ତି। ବିକ୍ଷୋଭକାରୀମାନେ ଅଭିନେତାଙ୍କ ଘର ଉପରକୁ ପଥର ଫୋପାଡି ସନ୍ଧ୍ୟା ଥିଏଟରରେ ମହିଳାଙ୍କ ମୃତ୍ୟୁ ପାଇଁ ନ୍ୟାୟ ଦାବି କରିଥିଲେ। ଏହା ସହିତ ଲୋକମାନେ ବିଭିନ୍ନ ସ୍ଲୋଗାନ୍‌ ଦେବା ସହ ପ୍ଲାକାର୍ଡ ଧରି ଅଭିନେତାଙ୍କ କୁଶପୁତଳିକା ଦାହ କରିଥିଲେ। ତାଙ୍କ ଫୁଲ କୁଣ୍ଡ ମଧ୍ୟ ଭାଙ୍ଗିଥିଲେ ଏବଂ ବିରୋଧ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.