ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଧାରଣାରେ ନରାଜ ଓମଫେଡ୍ ଠିକା ଡ୍ରାଇଭର

0

କଟକ: ମିଳୁନି ଓମଫେଡ୍ କ୍ଷୀର। ନରାଜ ଓମଫେଡ୍ ଠିକା ଡ୍ରାଇଭରଙ୍କ ଧାରଣା। ଏହା ଯୋଗୁଁ ଭୁବନେଶ୍ୱର, କଟକରେ କ୍ଷୀର ଯୋଗାଣ ବାଧାପ୍ରାପ୍ତ। ଓମ୍‌ଫେଡ୍‌ର ଜଣେ ଠିକା ଡ୍ରାଇଭରଙ୍କୁ ଅଟକ ପ୍ରତିବାଦରେ ଧାରଣା। ନରାଜ ଓମଫେଡ୍‌ ଫ୍ୟାକ୍ଟ୍ରି ଆଗରେ ଗାଡ଼ି ରଖି ଧାରଣାରେ ବସିଛନ୍ତି ଡ୍ରାଇଭର। ଓମଫେଡ ଡ୍ରାଇଭରଙ୍କୁ ପୋଲିସ ଅଟକ ଅଭିଯୋଗରେ ଅନ୍ୟ ଓମଫେଡ୍ ଡ୍ରାଇଭରଙ୍କ ଆନ୍ଦୋଳନ। କଟକ ବାଙ୍କୀ ନରାଜ ସ୍ଥିତ ଅରିଲୋ ଓମ୍ଫେଡ଼ ପ୍ଲାଣ୍ଟରୁ କ୍ଷୀର ଚୋରି ଅଭିଯୋଗରେ ଗୋଡିସାହି ଫାଣ୍ଡି ପୋଲିସ ଜଣେ ଓମ୍ଫେଡ଼ ଗାଡି ଡ୍ରାଇଭରକୁ ଗିରଫ କରିଛି। ଏହାର ପ୍ରତିବାଦ କରି ନରାଜ ଅରିଲୋ ସ୍ଥିତ ଓମ୍ଫେଡ଼ ପ୍ଲାଣ୍ଟର ଗେଟ ସମ୍ମୁଖରେ ଓମ୍ଫେଡ଼ ଗାଡ଼ିର ଅନ୍ୟ ସାଥି ଡ୍ରାଇଭର ଧାରଣା ଦେଇଛନ୍ତି।

ଓମ୍ଫେଡ଼ ପ୍ଲାଣ୍ଟରୁ ୧୪୦ ଲିଟର କ୍ଷୀର ଚୋରି ହୋଇଥିବା ନେଇ ଗତକାଲି ଗୋଡିସାହି ଫାଣ୍ଡିରେ ଓମ୍ଫେଡ଼ ପକ୍ଷରୁ ଜଣେ କର୍ମଚାରୀ ଓ ସିକୁରୀଟି ଗାର୍ଡ ଅଭିଯୋଗ କରିଥିଲେ। ଏ ନେଇ ୩ ଜଣଙ୍କ ନାମରେ ଅଭିଯୋଗ ହେବା ପରେ ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଡ୍ରାଇଭରକୁ ଗିରଫ କରିଛି। ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇନଥିବାରୁ ଏହାକୁ ନେଇ ପ୍ରତିବାଦ କରିଛନ୍ତି ଅନ୍ୟ ଓମଫେଡ ଡ୍ରାଇଭର।

ପ୍ରତିବାଦ କରି ଅରିଲୋ ପ୍ଲାଣ୍ଟର ସମସ୍ତ ଓମଫେଡ୍ ଡ୍ରାଇଭର କ୍ଷୀର ସପ୍ଲାୟ ବନ୍ଦ କରି ଧାରଣା ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଉଚିତ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରୁଛି। ଡ୍ରାଇଭରଙ୍କ ଧାରଣା ପାଇଁ କଟକ ଭୁବନେଶ୍ୱର କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି।

Leave A Reply

Your email address will not be published.