ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ରାଜ୍ୟରେ ଚାଲିବ ହାଇଡ୍ରୋଜେନ ଚାଳିତ ବସ୍‌

0

ଭୁବନେଶ୍ବର: ରାଜ୍ୟରେ ଗଡିବ ହାଇଡ୍ରୋଜେନ୍ ଚାଳିତ ବସ୍। ପରିବେଶ ଅନୁକୂଳମୁଖୀ କାର୍ଯ୍ୟକୁ ଆଗକୁ ବଢାଇବାକୁ ଯାଇ କିଛି ଏମିତି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ରାଜ୍ୟରେ ସବୁଜ ହାଇଡ୍ରୋଜେନ୍ ଚାଳିତ ବସ୍ ଆରମ୍ଭ କରିବା ନେଇ ଗ୍ରୀଡକୋ, ଏନଟିପିସି ଏବଂ କ୍ରୁଟ ସହ ଏକ ଏମଓୟୁ ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେ.ଭି. ସିଂଦେଓ ଏବଂ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ବାବଧାନରେ ଏହି ବୁଝାମଣା ସ୍ୱାକ୍ଷର ହୋଇଛି।

ତେବେ ସୁବୁଠୁ ବଡ କଥା ହେଉଛି, ଏହି ସବୁଜ ହାଇଡ୍ରୋଜେନ୍ ନର୍ଦ୍ଦମା ପାଣିରୁ ଉତ୍ପାଦନ କରାଯିବ। ନିଷ୍କାସିତ ବର୍ଜ୍ୟ ପାଣିକୁ ପୁନଃବ୍ୟବହାରରେ ଲଗାଇ ଚାଲିବ ଏହି ହାଇଡ୍ରୋଜେନ୍ ବସ୍। ସବୁଠୁ ଲାଭଦାୟକ କଥା ହେଉଛି ଏହି ପ୍ରକ୍ରିୟା ମାଧ୍ୟମରେ ଅମ୍ଳଜାନ ମଧ୍ୟ ନିର୍ଗତ ହେବ। ସେଥିପାଇଁ ଏହାକୁ ଗ୍ରୀନ ହାଇଡ୍ରୋଜେନ୍ ବୋଲି କୁହାଯାଉଛି। ଯେଉଁଥିରେ ୧ କେଜି ହାଇଡ୍ରୋଜେନର ଉତ୍ପାଦ ଭାବେ ୮ କେଜି ଅମ୍ଳଜାନ ଉତ୍ପନ୍ନ ହେବ। ଆଉ ବସ୍ ଚଳାଚଳ ପାଇଁ ଗୋଟିଏ ଦିନରେ ୨୬୦ କେଜି ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ହେଲେ ଏଥିରେ ୨୦୮୦ କେଜି ଅକ୍ସିଜେନ୍ ବାୟୁମଣ୍ଡଳରେ ନିର୍ଗତ ହେବ। ଯାହା ୧୮ ହଜାର ଗଛ ଦ୍ବାରା ନିର୍ଗତ ହେଉଥିବା ଅକ୍ସିଜେନ୍ ପରିମାଣ ସହ ସମାନ।

ତେବେ ହାଇଡ୍ରୋଜେନ୍ ଇନ୍ଧନ ଦ୍ବାରା ଚାଲିବାକୁ ଥିବା ଏହି ବସ୍ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ପ୍ରଥମ ପର୍ଯ୍ୟାୟରେ ମୋଟ ୩ଟି ବସ୍ ଓଡିଶା ରାସ୍ତାରେ ଗଡିବ। ଏହାପରେ ଭୁବନେଶ୍ବର, କଟକ ଏବଂ ପୁରୀରେ ପର୍ଯ୍ୟାୟକ୍ରମେ ହାଇଡ୍ରୋଜେନ୍ ବସ୍ ଚାଲିବ। ଏଥିପାଇଁ ନେସନାଲ ଥର୍ମାଲ ପାଓ୍ବାର କର୍ପୋରେସନ ବା ଏନଟିପିସିକୁ ସବୁଜ ହାଇଡ୍ରୋଜେନ୍ର ବସର ନିର୍ମାଣ ଦାୟିତ୍ବ ଦିଆଯାଇଛି। ଏଥିପାଇଁ ମୋହନ ସରକାର ଭୁବନେଶ୍ବର ନିକଟସ୍ଥ ଗାଡକଣରେ ଜମି ଆବଣ୍ଟନ କରିଛନ୍ତି। ସେହିଠାରେ ହିଁ ହାଇଡ୍ରୋଜେନ୍ ଫିଲିଂ ଏବଂ ଉତ୍ପାଦନ କରାଯିବ। ଥରେ ମାତ୍ର ଫିଲିଂରେ ବସଟି ୬୦୦ କିଲୋମିଟର ପର୍ଯ୍ୟନ୍ତ ଯାତ୍ରା କରିପାରିବ।

Leave A Reply

Your email address will not be published.