ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ପତଞ୍ଜଳି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲା ଡାବର

0

ନୂଆଦିଲ୍ଲୀ; ପତଞ୍ଜଳି ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି ଡାବର। କମ୍ପାନୀ କହିଛି ଯେ, ପତଞ୍ଜଳି ନିଜ ବିଜ୍ଞାପନରେ ତାଙ୍କ ଚ୍ୟବନପ୍ରାଶକୁ ବଦନାମ କରୁଛି। ମଙ୍ଗଳବାର ଜଷ୍ଟିସ ମିନି ପୁଷ୍କର୍ଣ୍ଣାଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି। ଅଦାଲତ ପତଞ୍ଜଳିକୁ ନୋଟିସ୍ ଜାରି କରିଛନ୍ତି। କାହାର ଚ୍ୟବନପ୍ରାଶ୍ ଅଧିକ ପ୍ରଭାବଶାଳୀ। ଯାହାକୁ ନେଇ ଚ୍ୟବନପ୍ରାଶ ବନାଉଥିବା ବହୁ ପୁରୁଣା କମ୍ପାନୀ ଡାବର୍ ଏବଂ ପତଞ୍ଜଳି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ନିକଟରେ ପତଞ୍ଜଳି ଦ୍ୱାରା ପ୍ରକାଶ ପାଇଥିବା ଏକ ବିଜ୍ଞାପନକୁ ବିରୋଧ କରି ଡାବର୍ ଏକ ମାମଲା ରୁଜୁ କରିଛି। ଡାବର୍ ଇଣ୍ଡିଆର ପ୍ରତିନିଧୀ ଅଖିଲ ସିବ୍ବଲ କହିଛନ୍ତି ଯେ ପତଞ୍ଜଳି ନିଜ ବିଜ୍ଞାପନ ଦ୍ୱାରା ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ସହ ଅନ୍ୟ କମ୍ପାନୀମାନଙ୍କର ତିଆରି ପଦ୍ଧତି ଏବଂ ସୂଚନା ଉପରେ ପ୍ରଶ୍ନ ଉଠାଉଛି। ପତଞ୍ଜଳି ଏହାର ବିଜ୍ଞାପନ ମାଧ୍ୟମରେ ଡାବର୍ ଚ୍ୟବନପ୍ରାଶ ବ୍ରାଣ୍ଡକୁ ଟାର୍ଗେଟ କରୁଥିବା କଥା ସେ କହିଛନ୍ତି।
ତେବେ ଜାନୁଆରୀ ଶେଷ ସପ୍ତାହରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ସ୍ଥିର କରିଛନ୍ତି। ହେଲେ ଡାବର୍ କୋର୍ଟରୁ ତୁରନ୍ତ ନ୍ୟାୟ ଦାବି କରିବା ପରେ କୋର୍ଟ ଉଭୟ ପକ୍ଷଙ୍କୁ ନିଜ ନିଜର ଯୁକ୍ତି ଉପସ୍ଥାପନ କରିବାକୁ କହିଛନ୍ତି।

ପତଞ୍ଜଳି ଦ୍ୱାରା ପ୍ରକାଶ ପାଇଥିବା ବିଜ୍ଞାପନରେ ବାବା ରାମଦେବ କହିଛନ୍ତି ଯେ ଯେଉଁମାନଙ୍କର ଆୟୁର୍ବେଦ ଏବଂ ବେଦ ବିଷୟରେ ଜ୍ଞାନ ନାହିଁ, ସେମାନେ ଚରକ, ଶୁଶୃତ, ଧନନ୍ତରୀ ଏବଂ ଚ୍ୟୱନରିଶିଙ୍କ ପରମ୍ପରାକୁ ଅବଲମ୍ବନ କରି ଚ୍ୟବନପ୍ରାଶ କିପରି ତିଆରି କରିପାରିବେ? ତେବେ ଏହି ବିଜ୍ଞାପନ ବିଭିନ୍ନ ଟିଭି ଚ୍ୟାନେଲ ଏବଂ ଖବରକାଗଜରେ ମଧ୍ୟ ପ୍ରକାଶ ପାଇଛି।

Leave A Reply

Your email address will not be published.