ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ଟିଏମସି ସାଂସଦଙ୍କ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ
ଚେତାବନୀ ସତ୍ତ୍ୱେ କାନାଡାରେ ପୁଣି ଅଦିନିଆ ରଥଯାତ୍ରା, ଇସ୍କନକୁ ନେଇ ବଢ଼ିଲା ବିବାଦ
ମମତାଙ୍କ ବୈଠକକୁ ଆସିଲେନି ଟିଏମସିର ୬୦ ବିଧାୟକ
୩ ମାସ ମଧ୍ୟରେ ୫ ହଜାର ନର୍ସିଂ ପଦବୀ ପୂରଣ, ଖୁବ୍‌ଶୀଘ୍ର ବିଜ୍ଞପ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ
ପୁଣି ବଢ଼ିଲା ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଦର

ଚୋରି ସନ୍ଦେହରେ ଯୁବକକୁ ପିଟି ପିଟି ମାରିଦେବା ଘଟଣାରେ ଏସଆଇ ସସ୍‌ପେଣ୍ଡ

0

ବାଲେଶ୍ବର: ଲୁଗା ଦୋକାନରୁ ଚୋରି ଅଭିଯୋଗରେ ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣାରେ ଅଭିଯୁକ୍ତ ବାପା ଓ ପୁଅ ଗିରଫ। ଏହି ଘଟଣାରେ ଦାୟିତ୍ବରେ ଅବହେଳା ପାଇଁ ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତି ନିଲମ୍ବିତ ହୋଇଛନ୍ତି। ସିଂଲା ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି ।

ଅନ୍ୟପଟେ ସାମ୍ନାକୁ ଆସିଛି ସେ ଦିନର ଲୋମହର୍ଷଣକାରୀ ଘଟଣାର ଭିଡିଓ। ଯୁବକକୁ ଅତି ନୃଶଂସ ଭାବରେ ମାଡର ଭିଡିଓ ସାମ୍ନାକୁ ଆସିଛି। ହତ୍ୟା ଘଟଣାରେ ଅଭିଯୁକ୍ତ ବାପା ଏବଂ ପୁଅ ଗିରଫ ହୋଇଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି। ଏପରି ଜଘନ୍ୟ କାଣ୍ଡ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଗତ ୨୨ ତାରିଖରେ ଘଟିଥିଲା। ଦିନ ଦ୍ୱିପ୍ରହରରେ ଏପରି ଅଭାବନୀୟ କାଣ୍ଡ ଫାଣ୍ଡିଠୁ ମାତ୍ର ୫ଶହ ମିଟର ଦୂରରେ ଘଟିଥିଲା। ଏନେଇ ପରିବାର ଲୋକେ ଫାଣ୍ଡି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତିଙ୍କୁ ସୂଚନା ଦେବା ସହ ତୁରନ୍ତ ପହଞ୍ଚି ସମସ୍ତଙ୍କୁ ମୁକୁଳାଇବାକୁ ଗୁହାରୀ କରିଥିଲେ।

ମାତ୍ର ଫାଣ୍ଡି ଅଧିକାରୀ ଏହାକୁ କର୍ଣ୍ଣପାତ କରିନ ଥିଲେ। ଫଳରେ ଖୁଣ୍ଟରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। କିଛି ଦିନ ପୂର୍ବେ ସାର୍ଥା ଗ୍ରାମର ଅଜୟ ଦାସଙ୍କ ଲୁଗା ଦୋକାନରୁ କିଛି ଦିନ ପୂର୍ବରୁ ତାଲା ଭାଙ୍ଗି ଚୋରି ହୋଇଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଚୋରମାନଙ୍କର କୌଣସି ସନ୍ଧାନ ମିଳିନଥିଲା। ଗତ ୨୨ ତାରିଖରେ ଅଜୟ ଦାସ ଏବଂ ତାଙ୍କ ଦୁଇ ପୁଅ ଦୋକାନରୁ ଚୋରି କରିଥିବା ସନ୍ଦେହରେ ଗ୍ରାମର ତ୍ରିଲୋଚନ ପ୍ରଧାନ, ସତିଶ ସିଂ, ଭାନୁ ପ୍ରଧାନ ଏବଂ ତପୁ ମହାନ୍ତିଙ୍କୁ ଘରୁ ଡାକି ଆଣିଥିଲେ। ସେମାନେ ସମସ୍ତଙ୍କୁ ରାସ୍ତା ପାର୍ଶ୍ୱରେ ଥିବା ଇଲେକ୍ଟ୍ରି ଖୁଣ୍ଟି ରେ ବାନ୍ଧି ଲୁହା ରଡ ଓ କାଠ ଫାଳିଆରେ ନିସ୍ତୁକ ପିଟିଥିଲେ । ଛାଡ଼ିବାକୁ କାକୁତିମିନତି ହେଲେ ବି ସେମାନେ କିନ୍ତୁ କୌଣସି କଥାକୁ କର୍ଣ୍ଣପାତ କରି ନ ଥିଲେ। ପ୍ରବଳ ମାଡ଼ ଯୋଗୁ ଘଟଣାସ୍ଥଳରେ ତ୍ରିଲୋଚଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.