ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଆସନ୍ତା ବର୍ଷ ହେବ କଲେଜ ନିର୍ବାଚନ : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର; ଆସନ୍ତା ଶିକ୍ଷାବର୍ଷରେ ଆୟୋଜିତ ହେବ କଲେଜ ନିର୍ବାଚନ। ଆଜି ଏବିଭିପି କାର୍ଯ୍ୟକ୍ରମରେ ଯୋଗ ଦେଇ କିଛି ଏପରି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ଶିକ୍ଷା ବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ।

ତେବେ କହିରଖୁଛୁ, ଗତ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖିଥିଲେ। ୨୦୧୮ରୁ ବାତ୍ୟା, କୋଭିଡ୍, କ୍ୟାମ୍ପସ ଉତ୍ତେଜନା ବିଭିନ୍ନ କାରଣ ଦର୍ଶାଇ କଲେଜରେ ଛାତ୍ର ନିର୍ବାଚନ ବନ୍ଦ ରଖିଥିଲେ ପୂର୍ବ ସରକାର। ଯେଉଁ କାରଣରୁ ସେବେଠୁ ବନ୍ଦ ପଡିଛି ନେତୃତ୍ବ ବିକାଶର ଏନ୍ତୁଡିଶାଳ। ଯାହାକୁ ନେଇ ସେତେବେଳେ ବିଭିନ୍ନ ମହଲରୁ ଛାତ୍ରଛାତ୍ରୀଙ୍କ ବିରୋଧ ମଧ୍ୟ ଦେଖିବାକୁ ମିଳିଥିଲା। ଛାତ୍ର ଆନ୍ଦୋଳନ, ରାଜରାସ୍ତାରେ ସରକାର ବିରୋଧୀ ସ୍ବର ଜୋର ତେଜିଥିଲା, ଏମିତିକି ତତ୍କାଳୀନ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ବି ଘେରାଉ କରିଥିଲେ ଛାତ୍ର ନେତା। ହେଲେ କିଛି ବି ସୁଫଳ ମିଳିନଥିଲା।

ହେଲେ ନୂଆ ସରକାର ଆସିବା ପରେ ଦୀର୍ଘ ୫ ବର୍ଷ ଧରି ସ୍ଥଗିତ ଥିବା ପୋଲିସ ମହାସଂଘ ନିର୍ବାଚନ ହୋଇଥିଲା। ଯାହାକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହୋଇଥିଲା କି ଯେ ସେମାନଙ୍କର ମଧ୍ୟ ନିର୍ବାଚନ ହେବ। ହେଲେ ସରକାରଙ୍କ ବିଭିନ୍ନ ମତ ନେଇ ଅସନ୍ତୋଷ ହୋଇଥିଲେ ଛାତ୍ର ନେତା। ଆଉ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରିଥିଲେ। ଛାତ୍ର ସଂସଦ ନିର୍ବାଚନକୁ ନେଇ ବିଭିନ୍ନ ଦଳ ଓ ସେମାନଙ୍କ ଛାତ୍ର ସଂଗଠନ ପକ୍ଷରୁ ବ୍ୟାପକ ଦାବି, ପ୍ରତିବାଦ ଓ ଆନ୍ଦୋଳନ ହୋଇଥିଲା। ନିକଟରେ ରାଜ୍ୟ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ସମୟରେ ଏନେଇ ବିଧାନସଭା ଘେରାଉ ଉଦ୍ୟମ କରିବା ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି, ଅଣାୟତ ପରିସ୍ଥିତି ସୃଷ୍ଟି କରିଥିଲା।

Leave A Reply

Your email address will not be published.