ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ବିଲରେ ଧାନ ଗଜା ଦେଖି ହୃଦଘାତରେ ଚାଷୀ ମୃତ

0

ଡେରାବିଶ: ଅଦିନିଆ ବର୍ଷା ସବୁ ଛାରଖାର କରିଦେଲା। ପାଣିରେ ଉବୁଟୁବୁ ହେଲା ବର୍ଷକର ପରିଶ୍ରମ। ଦୁଇ ଦିନ ହେଲା ବର୍ଷା ଯୋଗୁ ବିଲରେ ପାଚିଲା ଧାନ ଗଜା ହେଲାଣି। ଓଦା ଧାନକୁ ଦେଖି ଚାଷୀର ଆଖି ବି ଓଦା ହୋଇ ଯାଉଛି। ଚାଷ ବିଲ ଦେଖି ଜଣେ ଚାଷୀଙ୍କ ଜୀବନ ଚାଲିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ଡେରାବିଶ ବ୍ଲକ ସନ୍ଥପୁରା ଗାଁରେ ଘଟିଛି। ଧାନ ଫସଲରେ ପାଣି ପଶିବା ଦେଖି ଚାଷୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି।

୭ ଏକର ଜମିରେ ଲକ୍ଷାଧିକ ଟଙ୍କା ଧାରକରଜ କରି ଧାନ ଫସଲ କରିଥିଲେ ଚାଷୀ। ତାଙ୍କ ବର୍ଷକର ପରିଶ୍ରମ ପାଣିରେ ମିଶିଥିବା ବେଳେ ତାଙ୍କୁ ଶକ୍ତ ଆଘାତ ଲାଗିଥିଲା। ଫସଲ ନଷ୍ଟ ହୋଇଯାଇଥିବା ଦେଖି ଘରକୁ ଫେରିବା ପରେ ତାଙ୍କର ହୃଦଘାତ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘରେ ଛାତିରେ ଯନ୍ତ୍ରଣା ହେଉଥିବା କହି ଟଳି ପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ପରିବାର ଲୋକେ ମେଡିକାଲ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ଯାଞ୍ଚ ପରେ ଡାକ୍ତର କହିଛନ୍ତି।
ମୃତକଙ୍କ ଝିଅ କହିଛନ୍ତି, ଧାନ କଟା ହୋଇନି। ବିଲରେ ଧାନ ପଡ଼ିଥିବା ବେଳେ ପାଣି ମାଡ଼ିଯାଇଛି। ବାପା ବିଲକୁ ଯାଇଥିବା ବେଳେ ଏହା ଦେଖି ସହି ପାରି ନ ଥିଲେ। ଘରକୁ ଆସି ଛାତି ଛାତି ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନେଇଥିଲୁ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚାଷ ପାଇଁ ବାପା ବହୁ ଧାରକରଜ କରି ଦେଇଛନ୍ତି। ଏବେ ତାକୁ କିପରି ଶୁଝିବୁ ଆମକୁ ସେହି ଚିନ୍ତା ଘାରିଛି।
ସୂଚନାନୁଯାୟୀ , ରାଜ୍ୟରେ କିଛି ଦିନ ହେବ ଲଗାତାର ଗୋଟିଏ ପରେ ଗୋଟିଏ ଲଘୁଚାପ ବର୍ଷା ହୋଇଛି। ଅଦିନିଆ ବର୍ଷାରେ ଅଧିକାଂଶ ସ୍ଥାନରେ ଧାନ, ପରିବାର ଫସଲ ଆଦି କ୍ଷତିଗ୍ରସ୍ତ ହୋଇଛି।

Leave A Reply

Your email address will not be published.