ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଜବତ

0

ଖଡ଼ିଆଳ: ଖଡ଼ିଆଳ ବନ ବିଭାଗକୁ ମିଳିଛି ବଡ ସଫଳତା। ୧ କେଜିରୁ ଉର୍ଦ୍ଧ୍ବ ଓଜନର ବଜ୍ରକାପ୍ତା କାତି ଜବତ। ବଜ୍ରକାପ୍ତା କାତି ସହ ତିନି ଶିକାରୀ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୧ କେଜି ୮୦୦ଗ୍ରାମର ପ୍ରାୟ ୩୫୦ଗୋଟି କାତି ଉଦ୍ଧାର କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖଡ଼ିଆଳ ବ୍ଲକ ଭୀମାଖୋଲ ଗ୍ରାମ ର ଦୁଇ ଜଣ ଓ ସିନାପାଲି ସାଗୁନଭାଡି ଗ୍ରାମର ଜଣେ ବ୍ୟକ୍ତି ବୋଲି ଜଣାପଡଛି l

ସୂଚନା ଅନୁସାରେ, ବଜ୍ରକାପ୍ତା କାତି ଚୋରାକାରବାର ନେଇ ବିଶେଷ ସୂତ୍ରରୁ ଛତିଶଗଡ଼ ଉଦନ୍ତୀ ସୀତା ନଦୀ ଟାଇଗର ପ୍ରୋଜେକ୍ଟ ଦ୍ଵାରା ଖବର ପାଇ ଖଡ଼ିଆଳ ବନ ବିଭାଗ ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲା। ସୋମବାର ସନ୍ଧ୍ୟା ସମୟରେ କିରକିଟା ପଞ୍ଚାୟତର ଜୁନାପାନି ଛକ ଠାରେ ବଜ୍ରକାପ୍ତାକୁ ମାରି ତାର କାତି ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ ତିନି ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ। ଏହା ସହ ସେମାନଙ୍କ ମିକଟରୁ ୧ କେଜି ୮୦୦ଗ୍ରାମର ପ୍ରାୟ ୩୫୦ଗୋଟି କାତି ଉଦ୍ଧାର କରାଯାଇଥିଲା।

ସେମାନଙ୍କୁ ପଚରା ଉଚରା ସହ ଆଜି ସିନ୍ ରିକ୍ରିଏସନ କରାଯିବା ସହିତ କୋର୍ଟ ଚାଲାଣ କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ ଖଡ଼ିଆଳ ଡିଏଫଓ ସୂଚନା ଦେଇଛନ୍ତି । ତେବେ ତଦନ୍ତ ଚାଲିଥିବାରୁ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଥିବା ଖଡ଼ିଆଳ ଡିଏଫଓ ଅଜିଜ୍ ଖାନ କହିଛନ୍ତି।

Leave A Reply

Your email address will not be published.