ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବିପୁଳ ପରିମାଣରେ ବଜ୍ରକାପ୍ତା କାତି ଜବତ

0

ଖଡ଼ିଆଳ: ଖଡ଼ିଆଳ ବନ ବିଭାଗକୁ ମିଳିଛି ବଡ ସଫଳତା। ୧ କେଜିରୁ ଉର୍ଦ୍ଧ୍ବ ଓଜନର ବଜ୍ରକାପ୍ତା କାତି ଜବତ। ବଜ୍ରକାପ୍ତା କାତି ସହ ତିନି ଶିକାରୀ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୧ କେଜି ୮୦୦ଗ୍ରାମର ପ୍ରାୟ ୩୫୦ଗୋଟି କାତି ଉଦ୍ଧାର କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଖଡ଼ିଆଳ ବ୍ଲକ ଭୀମାଖୋଲ ଗ୍ରାମ ର ଦୁଇ ଜଣ ଓ ସିନାପାଲି ସାଗୁନଭାଡି ଗ୍ରାମର ଜଣେ ବ୍ୟକ୍ତି ବୋଲି ଜଣାପଡଛି l

ସୂଚନା ଅନୁସାରେ, ବଜ୍ରକାପ୍ତା କାତି ଚୋରାକାରବାର ନେଇ ବିଶେଷ ସୂତ୍ରରୁ ଛତିଶଗଡ଼ ଉଦନ୍ତୀ ସୀତା ନଦୀ ଟାଇଗର ପ୍ରୋଜେକ୍ଟ ଦ୍ଵାରା ଖବର ପାଇ ଖଡ଼ିଆଳ ବନ ବିଭାଗ ଏକ ସ୍ବତନ୍ତ୍ର ଟିମ ଗଠନ କରିଥିଲା। ସୋମବାର ସନ୍ଧ୍ୟା ସମୟରେ କିରକିଟା ପଞ୍ଚାୟତର ଜୁନାପାନି ଛକ ଠାରେ ବଜ୍ରକାପ୍ତାକୁ ମାରି ତାର କାତି ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ ତିନି ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ। ଏହା ସହ ସେମାନଙ୍କ ମିକଟରୁ ୧ କେଜି ୮୦୦ଗ୍ରାମର ପ୍ରାୟ ୩୫୦ଗୋଟି କାତି ଉଦ୍ଧାର କରାଯାଇଥିଲା।

ସେମାନଙ୍କୁ ପଚରା ଉଚରା ସହ ଆଜି ସିନ୍ ରିକ୍ରିଏସନ କରାଯିବା ସହିତ କୋର୍ଟ ଚାଲାଣ କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମଳନୀ ଜରିଆରେ ଖଡ଼ିଆଳ ଡିଏଫଓ ସୂଚନା ଦେଇଛନ୍ତି । ତେବେ ତଦନ୍ତ ଚାଲିଥିବାରୁ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଥିବା ଖଡ଼ିଆଳ ଡିଏଫଓ ଅଜିଜ୍ ଖାନ କହିଛନ୍ତି।

Leave A Reply

Your email address will not be published.