ପ୍ରମୁଖ ଖବର

ପ୍ରତିରକ୍ଷା କ୍ଷେତ୍ରରେ ୨.୧୨ ଲକ୍ଷ କୋଟିର କ୍ରୟ ପ୍ରସ୍ତାବକୁ ମଞ୍ଜୁରି
ଆର୍‌ଜି କର ମାମଲା: ସିବିଆଇ ବିରୋଧୀ ଅଭିଯାନରୁ ଦୂରେଇଲେ ପୀଡ଼ିତାଙ୍କ ମା’
ମୋଦୀଙ୍କ ପିତାଙ୍କୁ ନେଇ ଟିପ୍ପଣୀ ପ୍ରସଙ୍ଗ: କଂଗ୍ରେସକୁ ଟାର୍ଗେଟ୍‌ କଲେ ବିଜେପି ଅଧ୍ୟକ୍ଷ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ପର୍ଯ୍ୟାୟରେ: ପୀୟୂଷ ଗୋୟଲ
ଏଣିକି E100 ଇନ୍ଧନରେ ଚାଲିବ ଗାଡ଼ି! ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର
ନର୍ଥ ବ୍ଲକ୍‌ରେ ଅଗ୍ନିକାଣ୍ଡ, ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ ଅର୍ଣ୍ଣବ ‘

ଭିଜିଲାନ୍ସ ଜାଲରେ ବୋରିଗୁମ୍ମା ଏଆରଆଇ

0

ବୋରିଗୁମ୍ମା: ଭିଜିଲାନ୍ସ ଜାଲରେ ଏଆରଆଇ ବାବୁ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ କୁମୁଲି ସର୍କଲର ଆସିଷ୍ଟାଣ୍ଟ ଆରଆଇ ସୁରେନ୍ଦ୍ର ତନ୍ତୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ହେଉଛି। ବର୍ତ୍ତମାନ ସେ ଆରଆଇ ପୋଷ୍ଟରେ ଇନଚାର୍ଜ ଅଛନ୍ତି।

ବୋରିଗୁମ୍ମାରେ ଥିବା ଏକ ବିଲ୍ଡିଂ ସହ ସରକାରୀ ଅଫିସ ଚାମ୍ବରରେ ଚଢ଼ାଉ ହୋଇଛି। ବୋରିଗୁମ୍ମାରେ ଆବାସିକ ଦୁଇ ମହଲା ଘରେ ଚଢ଼ାଉ ଚାଲିଥିବା ବେଳେ ତାଙ୍କ ଝିଅଙ୍କ ଭଡା ଘର, ରଣସପୁରରେ ଥିବା ପୈତୃକ ଘର, ସମ୍ପର୍କୀୟଙ୍କ ଘର ଓ ଦୁଇ ମହଲା ମାର୍କେଟ କମ୍ପ୍ଲେକ୍ସରେ ଚଢ଼ାଉ ଜାରି ରହିଛି। ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ।

ଆଜି ସକାଳୁ ସକାଳୁ ଆରଆଇ ସୁରେନ୍ଦ୍ର ତନ୍ତୀଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି ଏହି ଚଢ଼ାଉରେ ୩ ଜଣ ଡିଏସପି, ୭ଜଣ ଇନ୍ସପେକ୍ଟର, ୫ଜଣ ଏଏସଆଇ ଓ ଭିଜିଲାନ୍ସ ଟିମ୍ ସାମିଲ ହୋଇଛନ୍ତି।

Leave A Reply

Your email address will not be published.