ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଜଗା ଦର୍ଶନବେଳେ ଅଚେତ୍‌ ହେଲେ ୪ ଭକ୍ତ

0

ପୁରୀ: ନୂଆବର୍ଷ ପାଖେଇ ଆସୁଥିବାରୁ ଏବେ ଛୁଟିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଛୁଟିଛି ଭକ୍ତଙ୍କ ସୁଅ। ଜନସମୁଦ୍ର ପାଲଟିଛି ଶ୍ରୀମନ୍ଦିର ପରିସର। ବର୍ଷର ଶେଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚିଥିବା ବେଳେ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ ବ୍ୟାରିକେଡ୍ କରାଯାଇଛି। ହେଲେ ଭିଡ ଏନେ ପ୍ରବଳ ହୋଇଛି ଯେ ଏଥିରେ ଠେଲାପେଲା ସ୍ଥିତି ଉପୁଜିଛି। ସୋମବାର ଦର୍ଶନ ସମୟରେ ପ୍ରବଳ ଭିଡ଼ ମଧ୍ୟରେ ଅଣନିଃଶ୍ଵାସୀ ହୋଇ ୪ଜଣ ଭକ୍ତ ଅଚେତ୍ ହୋଇ ଯାଇଛନ୍ତି। ଯେଉଁଥିରେ ୧୦ରୁ ଅଧିକ ଭକ୍ତ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ପ୍ରବଳ ଭିଡ଼ ପାଇଁ ବାହାରକାଠ ନିକଟରେ ଠେଲାପେଲା ଯୋଗୁଁ ୧୦ ଭକ୍ତ ଅସୁସ୍ଥ ହୋଇପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି।

ତେବେ ନୂଆବର୍ଷ ପାଇଁ ଭକ୍ତଙ୍କ ସମାବେଗ ଦେଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଏବଂ କଟକଣା ଜାରି କରାଯାଇଛି। ପ୍ରଶାସନ ପକ୍ଷରୁ ଜାରି ସୂଚନା ମୁତାବକ, ଆସନ୍ତାକାଲି ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ଭକ୍ତ ପ୍ରବେଶ କରିବେ। ଅନ୍ୟ ୩ ଦ୍ୱାର ଦେଇ ପ୍ରବେଶ ମନା ହୋଇଥିବା ବେଳେ କେବଳ ପ୍ରସ୍ଥାନ ପାଇଁ ଅନୁମତି ରହିଛି।

ଅନ୍ୟପଟେ ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଶ୍ରୀମନ୍ଦିର ପରିସରରେ ୨ ଭାଗରେ ପୋଲିସ ମୁତୟନ ହୋଇଛନ୍ତି। ଜନଗହଳିପୂର୍ଣ୍ଣ ସ୍ଥାନରେ ଆଣ୍ଟି ସ୍ନାଚିଂ ଟିମ୍ ମୁତୟନ ରହିବେ। ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ନାକାବନ୍ଦୀ କରାଯାଇଛି। ଏଥିସହିତ ନୂଆବର୍ଷ ପାଇଁ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର।

Leave A Reply

Your email address will not be published.