ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ହଷ୍ଟେଲରୁ ମିଳିଲା ଫୁଡ ବ୍ଲଗର୍‌ଙ୍କ ଝୁଲନ୍ତା ମୃତଦେହ

0

ଭୁବନେଶ୍ୱର: ଭୁବନେଶ୍ୱର ପଟିଆ ଅଞ୍ଚଳର ଗୋଟିଏ ଲେଡିଜ ହଷ୍ଟେଲରୁ ମିଳିଲା ଫୁଡ୍ ବ୍ଲଗରଙ୍କ ମୃତଦେହ। ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ ନମ୍ବର ୨ ରୁ ଯୁବତୀଙ୍କ ମୃତଦେହ ମିଳିଥିବା ଜଣାପଡ଼ିଛି। ମୃତକଙ୍କ ନାଁ ସୋନାଲି ସଂଘମିତ୍ରା ପରିଡା।

ଗତକାଲି ପରିବାର ଲୋକେ ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ବି ସେ ଫୋନ୍‌ ଉଠାଇ ନ ଥିଲେ। ଏହାପରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଫୋନ୍‌ କରିବାରୁ ଝିଅ ଗୁରୁତର ଥିବା କହିଥିଲେ। ମାତ୍ର ପରିବାର ଲୋକେ ପହଞ୍ଚି ଝିଅର ମୃତଦେହ ହଷ୍ଟେଲର ଶୌଚାଳୟରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ତେବେ ସୋନାଲି ଜଣେ ଖୁସ୍‌ ମିଜାଜର ଝିଅ ହୋଇଥିବାରୁ ସେ ଆତ୍ମହତ୍ୟା କରିବା ସମ୍ଭବ ନୁହେଁ ବୋଲି ପରିବାର ଲୋକେ କହିଛନ୍ତି।
ସୋନାଲୀ ପ୍ରାୟ ୩ ବର୍ଷ ହେବ ଇନଫୋସିଟି ଥାନା ପଟିଆ ଆଦର୍ଶ ବିହାର ଲେନ୍‌-୨ସ୍ଥିତ ଏକ ହଷ୍ଟେଲରେ ରହୁଥିଲେ। ସେ ଭୁବନେଶ୍ୱରର ବରମୁଣ୍ଡା ଫାୟାର ଷ୍ଟେସନ ନିକଟରେ ଥିବା ଏକ ବିଲଡର ସଂସ୍ଥାରେ ପ୍ରାୟ ୨ ବର୍ଷ ହେବ କାମ କରୁଥିଲେ। ଏଥିସହ ସେ ଜଣେ ଫୁଡ ବ୍ଲଗର ଭାବେ ସୋଶାଲ ମିଡିଆରେ ବେଶ୍‌ ଜଣାଶୁଣା ଥିଲେ। ସେ ସୋଶାଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବା ବେଳେ ନିୟମିତ ଭାବେ ଭିଡିଓ ପୋଷ୍ଟ କରୁଥିଲେ।

ମୃତ୍ୟୁ ଖବର ପାଇବା ପରେ ଇନଫୋସିଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଥ୍ୟ, ପ୍ରମାଣ ସଂଗ୍ରହ କରୁଛନ୍ତି।। ପରିବାର ଲୋକେ ପୁଲିସ ନିକଟରେ ହତ୍ୟା ଅଭିଯୋଗ ଆଣିବା ପରେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ଇନଫୋସିଟି ଥାନା ପୁଲିସ୍‌।

Leave A Reply

Your email address will not be published.