ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ରୁପା ଛାଉଣୀ କାମ ଆରମ୍ଭ

0

ପୁରୀ: ଆରମ୍ଭ ହେଲା ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ରୁପା ଛାଉଣୀ କାମ। ଯମଶିଳା ଉପରି ଭାଗ ପଥର ବନ୍ଧରେ ରୁପା ଛାଉଣୀ କାମ କରାଯାଇଛି । ସେହିପରି ପତିତପାବନଙ୍କ ନିକଟ ପଥର ମଣିବନ୍ଧକୁ ରୁପା ଛାଉଣୀ କରାଯାଇଛି। ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ରୁପା ଛାଉଣୀ କରାଯାଉଛି । ସିଂହଦ୍ୱାର ଗୁମୁଟ ବନ୍ଦ ଥିବା ବେଳେ ଏହି କାର୍ଯ୍ୟ କରାଯାଇଛି।

ଭକ୍ତଙ୍କ ଦାନ ଅର୍ଥରୁ ମିଳିଥିବା ୩୦୦ କେଜିରୁ ଅଧିକ ରୁପା ବ୍ୟବହାର କରାଯାଇ ମହାପ୍ରଭୁଙ୍କ ରତ୍ନପଲଙ୍କ, ପତିତପାବନ ମନ୍ଦିର, ସିଂହଦ୍ୱାର ଗୁମୁଟର ଦ୍ୱାରବନ୍ଧକୁ ରୂପା ଛାଉଁଣି କରାଯିବ। ଅଣସର ବେଳେ ଅଣସର ଠାକୁର ମହାପ୍ରଭୁ ଯେଉଁ ଖଟରେ ବସୁଛନ୍ତି, ସେ ଖଟ ବି ରୁପା କରିବାକୁ ପ୍ରସ୍ତାବ ରହିଥିଲା। ଏହା ସହ ମହାପ୍ରଭୁଙ୍କ ଚଳନ୍ତି ପ୍ରତୀମା ମଦନମୋହନଙ୍କ ସମେତ ଶ୍ରୀଦେବୀ, ଭୂଦେବୀ ଓ ଅନ୍ୟ ଦେବବେଦୀଙ୍କୁ ମିଶାଇ ୭ଟି ପ୍ରଭା ରୁପାରେ ତିଆରି କରିବାକୁ ପୂର୍ବ ପରିଚାଳନା କମିଟି ନିଷ୍ପତ୍ତି ନିଆଯାଇଥିଲା। ତେବେ ଡିସେମ୍ବର ୨୫ ପୂର୍ବରୁ ଏହି କାମ ଶେଷ କରିବାକୁ ଯୋଜନା କରାଯାଇଥିବା ବେଳେ କାର୍ଯ୍ୟରେ ସାମାନ୍ୟ ବିଳମ୍ବ ହୋଇଛି।

Leave A Reply

Your email address will not be published.