ପ୍ରମୁଖ ଖବର

ସ୍ୱଚ୍ଛ ସର୍ବେକ୍ଷଣରେ ଓଡ଼ିଶାକୁ ୩ ପୁରସ୍କାର, ପୁରୀ ଦେଶରେ ପ୍ରଥମ
ନଭେମ୍ବର ୧୨ରୁ ଅମୂଲ ଓ ମଦର ଡାଏରୀ କ୍ଷୀର ଦର ଲିଟର ପିଛା ୨ରୁ ୪ ଟଙ୍କା ବୃଦ୍ଧି ପାଇବ
କେନ୍ଦ୍ର କ୍ୟାବିନେଟର ୫ ବଡ଼ ନିଷ୍ପତ୍ତି, ୭୫ ହଜାର କୋଟିରୁ ଅଧିକ ଅନୁଦାନକୁ ମଞ୍ଜୁରି
ଓଡ଼ିଶା-ଜାପାନ ସମ୍ପର୍କରେ ନୂଆ ଅଧ୍ୟାୟ, ତୋତ୍ତୋରି ସହ ମୈତ୍ରୀ ଚୁକ୍ତି ସ୍ୱାକ୍ଷର
ବେଙ୍ଗାଲୁରୁରେ ୧୬୦ କୋଟିର ବାୟୋଗ୍ୟାସ୍‌ ପ୍ଲାଣ୍ଟ ଶିଳାନ୍ୟାସ କରିବେ ମୋଦୀ
ବାଲିଯାତ୍ରା ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ମୁର୍ମୁ
ନାଟମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ହେବ ସଂଶୋଧନ
ଝରିଗାଁ କୋର୍ଟରେ ତୁମୁଳକାଣ୍ଡ, ଲୁହା ରଡ୍‌ରେ ବିଚାରପତିଙ୍କୁ ଆକ୍ରମଣ

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ରୁପା ଛାଉଣୀ କାମ ଆରମ୍ଭ

0

ପୁରୀ: ଆରମ୍ଭ ହେଲା ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ ରୁପା ଛାଉଣୀ କାମ। ଯମଶିଳା ଉପରି ଭାଗ ପଥର ବନ୍ଧରେ ରୁପା ଛାଉଣୀ କାମ କରାଯାଇଛି । ସେହିପରି ପତିତପାବନଙ୍କ ନିକଟ ପଥର ମଣିବନ୍ଧକୁ ରୁପା ଛାଉଣୀ କରାଯାଇଛି। ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ରୁପା ଛାଉଣୀ କରାଯାଉଛି । ସିଂହଦ୍ୱାର ଗୁମୁଟ ବନ୍ଦ ଥିବା ବେଳେ ଏହି କାର୍ଯ୍ୟ କରାଯାଇଛି।

ଭକ୍ତଙ୍କ ଦାନ ଅର୍ଥରୁ ମିଳିଥିବା ୩୦୦ କେଜିରୁ ଅଧିକ ରୁପା ବ୍ୟବହାର କରାଯାଇ ମହାପ୍ରଭୁଙ୍କ ରତ୍ନପଲଙ୍କ, ପତିତପାବନ ମନ୍ଦିର, ସିଂହଦ୍ୱାର ଗୁମୁଟର ଦ୍ୱାରବନ୍ଧକୁ ରୂପା ଛାଉଁଣି କରାଯିବ। ଅଣସର ବେଳେ ଅଣସର ଠାକୁର ମହାପ୍ରଭୁ ଯେଉଁ ଖଟରେ ବସୁଛନ୍ତି, ସେ ଖଟ ବି ରୁପା କରିବାକୁ ପ୍ରସ୍ତାବ ରହିଥିଲା। ଏହା ସହ ମହାପ୍ରଭୁଙ୍କ ଚଳନ୍ତି ପ୍ରତୀମା ମଦନମୋହନଙ୍କ ସମେତ ଶ୍ରୀଦେବୀ, ଭୂଦେବୀ ଓ ଅନ୍ୟ ଦେବବେଦୀଙ୍କୁ ମିଶାଇ ୭ଟି ପ୍ରଭା ରୁପାରେ ତିଆରି କରିବାକୁ ପୂର୍ବ ପରିଚାଳନା କମିଟି ନିଷ୍ପତ୍ତି ନିଆଯାଇଥିଲା। ତେବେ ଡିସେମ୍ବର ୨୫ ପୂର୍ବରୁ ଏହି କାମ ଶେଷ କରିବାକୁ ଯୋଜନା କରାଯାଇଥିବା ବେଳେ କାର୍ଯ୍ୟରେ ସାମାନ୍ୟ ବିଳମ୍ବ ହୋଇଛି।

Leave A Reply

Your email address will not be published.