ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଲକ୍ଷ୍ମୀଜୋର୍‌ ପୋଲ ଉପରୁ ଯୁବକଙ୍କ ମୃତଦେହ ଜବତ

0

ବଲାଙ୍ଗୀର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ସତ୍ୟନାରାୟଣପଡା ନିକଟ ଲକ୍ଷ୍ମୀଯୋର ପୋଲ ଉପରୁ ବଲାଙ୍ଗୀର ଟାଉନ ପୋଲିସ ରବିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତ ଯୁବକ ଜଣକ ହେଲେ ବଲାଙ୍ଗୀର ସହର ଗେଟ୍ସରୋବରପଡାର ଚିଣ୍ଟୁ କରନ (୨୬।) କିଭଳି ପରିସ୍ଥିତିରେ ଯୁବକଙ୍କ ମତ୍ୟୁହେଲା ତାହା ସ୍ପଷ୍ଟ ହୋଇନାହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ କିଛି ଯୁବକ ଆକ୍ରମଣ କରି ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ସୋମବାର ଅପରାହ୍ନରେ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳକୁ ଯାଇ ଲକ୍ଷ୍ମୀଯୋର ବ୍ରିଜ ତଳୁ ଏକ ଜରି ବସ୍ତା ଢଙ୍କା ଯାଇଥିବା ଲୁହା ପାଇପ୍‌କୁ ଜବତ କରିଛନ୍ତି। ଏହି ଲୁହା ପାଇପରେ ମୃତ ଯୁବକଙ୍କୁ ଆକ୍ରମଣ କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଏହି ଲୁହା ପାଇପ୍‌ ସହ ଯୁବକଙ୍କ ମତ୍ୟୁ ଘଟଣାର କ’ଣ ସମ୍ପର୍କ ରହିଛି ତାହା ଏସ୍‌ଡିପିଓ ସାହୁ କହିନାହାନ୍ତି। ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ବୋଲି କହିଛନ୍ତି।

Leave A Reply

Your email address will not be published.