ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଲକ୍ଷ୍ମୀଜୋର୍‌ ପୋଲ ଉପରୁ ଯୁବକଙ୍କ ମୃତଦେହ ଜବତ

0

ବଲାଙ୍ଗୀର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ସତ୍ୟନାରାୟଣପଡା ନିକଟ ଲକ୍ଷ୍ମୀଯୋର ପୋଲ ଉପରୁ ବଲାଙ୍ଗୀର ଟାଉନ ପୋଲିସ ରବିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତ ଯୁବକ ଜଣକ ହେଲେ ବଲାଙ୍ଗୀର ସହର ଗେଟ୍ସରୋବରପଡାର ଚିଣ୍ଟୁ କରନ (୨୬।) କିଭଳି ପରିସ୍ଥିତିରେ ଯୁବକଙ୍କ ମତ୍ୟୁହେଲା ତାହା ସ୍ପଷ୍ଟ ହୋଇନାହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ କିଛି ଯୁବକ ଆକ୍ରମଣ କରି ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ସୋମବାର ଅପରାହ୍ନରେ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳକୁ ଯାଇ ଲକ୍ଷ୍ମୀଯୋର ବ୍ରିଜ ତଳୁ ଏକ ଜରି ବସ୍ତା ଢଙ୍କା ଯାଇଥିବା ଲୁହା ପାଇପ୍‌କୁ ଜବତ କରିଛନ୍ତି। ଏହି ଲୁହା ପାଇପରେ ମୃତ ଯୁବକଙ୍କୁ ଆକ୍ରମଣ କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଏହି ଲୁହା ପାଇପ୍‌ ସହ ଯୁବକଙ୍କ ମତ୍ୟୁ ଘଟଣାର କ’ଣ ସମ୍ପର୍କ ରହିଛି ତାହା ଏସ୍‌ଡିପିଓ ସାହୁ କହିନାହାନ୍ତି। ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ବୋଲି କହିଛନ୍ତି।

Leave A Reply

Your email address will not be published.