ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ପିଏମ୍-ଉଷା ଯୋଜନାରେ ଓଡ଼ିଶାକୁ ୬୭୦ କୋଟି ଟଙ୍କା ଅନୁଦାନ

0

ଭୁବନେଶ୍ବର: ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପିଏମ୍-ଉଷା ଯୋଜନାକୁ ନେଇ ବଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ଗବେଷଣା ପାଇଁ ପିଏମ୍-ଉଷା ଯୋଜନାରେ ଓଡିଶାର ବିଭିନ୍ନ ବିଶ୍ବବିଦ୍ୟାଳୟକୁ ୬୭୦ କୋଟି ଟଙ୍କା ପ୍ରଦାନ କରାଯିବ। ରେଭେନ୍ସା ବିଶ୍ବବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ମୟୂରଭଞ୍ଜର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଏବଂ ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ୪ଶହ କୋଟି ଟଙ୍କା ମିଳିବ। ଶିକ୍ଷା ଓ ଗବେଷଣାର ବିକାଶ ପାଇଁ ପ୍ରତି ବିଶ୍ବବିଦ୍ୟାଳୟକୁ ଶହେ କୋଟି ଟଙ୍କା ପ୍ରଦାନ କରାଯିବ।

ସେହିପରି ଭାବେ ଆକାଂକ୍ଷୀ ଜିଲ୍ଲା ମାନଙ୍କରେ ଥିବା ପ୍ରତ୍ୟେକ ବିଶ୍ବବିଦ୍ୟାଳୟ ୨୦ କୋଟି ଟଙ୍କା ପାଇବେ। ସେଗୁଡିକ ହେଲା କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨୦କୋଟି ଟଙ୍କା, ବଲାଙ୍ଗିରର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କା ଓ କୋରାପୁଟର ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପାଇଁ ୨୦କୋଟି ଟଙ୍କା ପ୍ରଦାନ କରାଯିବ। ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ, ସମ୍ୱଲପୁରର ବିକାଶ ନିମନ୍ତେ ୨୦ କୋଟି ଟଙ୍କା ପ୍ରଦାନ କରାଯିବ। ସେହିପରି ବିଶ୍ବବିଦ୍ୟାଳୟ ମାନଙ୍କରେ ଉଚ୍ଚକୋଟୀର ଗବେଷଣା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ପିଏମ୍‌-ଉଷାର କାର୍ଯ୍ୟକାରିତା ପାଇଁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ନିଜ ନିଜ ଶିକ୍ଷାନୁଷ୍ଠାନର ବିକାଶ ନିମନ୍ତେ ଏକ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବେ। ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମ୍, ଲାବ୍ରୋଟୋରି, କମ୍ପ୍ୟୁଟର ଲବ୍ରୋଟୋରି, ଏକାଡେମିକ୍ ବିଲ୍ଡିଂ, ଲାଇବ୍ରେରୀ, ଇ-ଲାଇବ୍ରେରୀ ଆଦିର ନିର୍ମାଣ କରାଯିବ।

Leave A Reply

Your email address will not be published.