ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ମଣିପୁର ହିଂସା ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

0

ମଣିପୁର: ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ୩ ମେ ୨୦୨୩ ରୁ ଘଟିଥିବା ହିଂସା ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି। ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେଲା ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷକୁ ନେଇ ମଣିପୁର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଭବିଷ୍ୟତରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ଚେଷ୍ଟା କରୁଥିବାବେଳେ ଆସନ୍ତା ନୂଆ ବର୍ଷରେ ଅତୀତକୁ କ୍ଷମା କରିବାକୁ ଏବଂ ଭୁଲିଯିବାକୁ ସେ ମଣିପୁରବାସୀ ଏବଂ ସମସ୍ତ ବିଭାଗକୁ ନିବେଦନ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ପୂରା ବର୍ଷ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ରହିଛି। ଗତବର୍ଷ ମେ’ ୩ରୁ ଆଜି ଯାଏ ରାଜ୍ୟରେ ଯାହା ସବୁ ଘଟି ଚାଲିଛି, ସେସବୁ ପାଇଁ ଲୋକମାନଙ୍କୁ ମୁଁ କେବଳ ସରି କହିବାକୁ ଚାହୁଁଛି। ଅନେକ ଲୋକ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି। ଅନେକ ଲୋକ ନିଜର ଘରଦ୍ୱାରା ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଏଥିପାଇଁ ମୁଁ ମର୍ମାହତ ଓ ଅନୁତପ୍ତ। ମୁଁ କ୍ଷମା ମାଗୁଛି। କିନ୍ତୁ ମୋର ଆଶା ଗତ ୩ରୁ ୪ ମାସ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଚାଲିଥିବା ଉଦ୍ୟମ ନିଶ୍ଚିତ ସଫଳ ହେବ। ମୋର ବିଶ୍ୱାସ ୨୦୨୫ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ସ୍ଥିତି ପୁଣି ଫେରିବ। ଆମକୁ ଶାନ୍ତି ଓ ସ୍ଥିର ମଣିପୁର ପାଇଁ ଗୋଟିଏ ନୂଆ ଆରମ୍ଭ କରିବାକୁ ପଡ଼ିବ। ସମସ୍ତ ୩୫ ଆଦିବାସୀ ସଂପ୍ରଦାୟ ମଣିପୁରରେ ଏକାଠି ଶାନ୍ତିର ସହ ରହିବା ଦରକାର।

Leave A Reply

Your email address will not be published.