ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

0

ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ‘ଏକ୍ସ’ରେ ତାଙ୍କ ବାର୍ତ୍ତା ପୋଷ୍ଟରେ କହିଛନ୍ତି ଯେ, ନୂତନ ବର୍ଷର ଶୁଭ ଅବସରରେ ମୁଁ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି।
ନୂଆ ବର୍ଷର ଆଗମନ ଆମ ଜୀବନରେ ନୂତନ ଆଶା, ସ୍ୱପ୍ନ ଏବଂ ଆକାଂକ୍ଷାର ଆରମ୍ଭର ପ୍ରତୀକ ଅଟେ। ନୂତନ ବର୍ଷର ଉତ୍ସବ ଆମ ଇଚ୍ଛା ପୂରଣ ପାଇଁ ନୂତନ ଉତ୍ସାହ ସହିତ ଆଗକୁ ବଢିବାକୁ ଏକ ସୁଯୋଗ ଦେଇଥାଏ। ଆସନ୍ତୁ ନୂତନ ବର୍ଷ ୨୦୨୫କୁ ଆନନ୍ଦ ଏବଂ ଉତ୍ସାହ ସହିତ ସ୍ୱାଗତ କରିବା। ଏକତା ଏବଂ ଉତ୍କର୍ଷର ପଥରେ ଆମର ସମାଜ ଏବଂ ରାଷ୍ଟ୍ରକୁ ଆଗକୁ ନେବା।

Leave A Reply

Your email address will not be published.