ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ‘ଏକ୍ସ’ରେ ତାଙ୍କ ବାର୍ତ୍ତା ପୋଷ୍ଟରେ କହିଛନ୍ତି ଯେ, ନୂତନ ବର୍ଷର ଶୁଭ ଅବସରରେ ମୁଁ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି।
ନୂଆ ବର୍ଷର ଆଗମନ ଆମ ଜୀବନରେ ନୂତନ ଆଶା, ସ୍ୱପ୍ନ ଏବଂ ଆକାଂକ୍ଷାର ଆରମ୍ଭର ପ୍ରତୀକ ଅଟେ। ନୂତନ ବର୍ଷର ଉତ୍ସବ ଆମ ଇଚ୍ଛା ପୂରଣ ପାଇଁ ନୂତନ ଉତ୍ସାହ ସହିତ ଆଗକୁ ବଢିବାକୁ ଏକ ସୁଯୋଗ ଦେଇଥାଏ। ଆସନ୍ତୁ ନୂତନ ବର୍ଷ ୨୦୨୫କୁ ଆନନ୍ଦ ଏବଂ ଉତ୍ସାହ ସହିତ ସ୍ୱାଗତ କରିବା। ଏକତା ଏବଂ ଉତ୍କର୍ଷର ପଥରେ ଆମର ସମାଜ ଏବଂ ରାଷ୍ଟ୍ରକୁ ଆଗକୁ ନେବା।
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ