ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଶିମିଳିପାଳ ଫେରିଲା ‘ଜିନ୍ନତ’

0

ଶିମିଳିପାଳ: ଶିମିଳିପାଳରେ ବାଘୁଣୀ ‘ଜିନ୍ନତ’। ପଶ୍ଚିମବଙ୍ଗରୁ ସ୍ୱତନ୍ତ୍ର ଗାଡ଼ିରେ ଶିମିଳିପାଳ ପହଞ୍ଚିଲା ବାଘୁଣୀ ‘ଜିନ୍ନତ’। ଆଲିପୁର ଚିଡ଼ିଆଖାନାରୁ ସ୍ୱତନ୍ତ୍ର ଗାଡ଼ି ଯୋଗେ ଜିନ୍ନତକୁ ଶିମିଳିପାଳ ଅଣାଗଲା। ‘ଜିନ୍ନତ’କୁ ଏବେ ଯମୁନା ଏନକ୍ଲୋଜରରେ ରଖାଯାଇଛି।
ସୂଚନା ଅନୁସାରେ, ରାତି ୧.୪୫ ମିନିଟରେ ମୟୂରଭଞ୍ଜ ଝାରପୋଖରିଆ ଦେଇ ଶିମିଳିପାଳରେ ପହଞ୍ଚିଛି ଜିନ୍ନତ। ଗ୍ରୀନ କରିଡ଼ର ମଧ୍ୟରେ ଜିନ୍ନତକୁ ଓଡ଼ିଶା ଅଣାଯାଇଛି। କୋଲତାକାକୁ ଓଡ଼ିଶା ବନ ବିଭାଗର ୧୦ ଜଣିଆ ଟିମ ଯାଇଥିଲେ। ଆଲିପୁରରୁ ସ୍ଥାନାନ୍ତର ପାଇଁ ପଶ୍ଚିମବଙ୍ଗ ବନ୍ୟପ୍ରାଣୀ ବିଭାଗକୁ ଏକ ଚିଠି ଲେଖି ଏନଟିସିଏ ନିର୍ଦ୍ଦେଶ ଦେଇଥିଲା।

ଦୀର୍ଘ ଦିନ ଧରି ଚକମା ଦେଇ ବୁଲୁଥିବା ବାଘୁଣୀ ଜିନ୍ନତ ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ରାଣୀବାଗ ଥାନା ଅନ୍ତର୍ଗତ କଂସାବତୀ ଜଳଭଣ୍ଡାର ନିକଟରେ ଧରାପଡ଼ିଥିଲା । ପଶ୍ଚିମବଙ୍ଗର ଗୋସାଇଁଡିହି ଗ୍ରାମ୍ୟ ଜଙ୍ଗଲରେ ଜିନ୍ନତକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ଟ୍ରାଙ୍କୁଲାଇଜ ପରେ ଦୀର୍ଘ ୨ ଦିନ ହେବ ଆଲିପୁର ଚିଡିଆଖାନାରେ ରଖାଯାଇଥିଲା। ସେଠାରେ ୧୨ ଜଣିଆ ଡାକ୍ତରୀ ଟିମ୍ ଜିନ୍ନତର ସ୍ବାସ୍ଥ୍ୟ ପରୀକ୍ଷା କରୁଥିଲେ। ବନବିଭାଗର ଟିମ୍ ଜିନ୍ନତ ଉପରେ ନଜର ରଖିଥିଲେ।

Leave A Reply

Your email address will not be published.