ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ନୂଆବର୍ଷରେ କମିଲା ଏଲପିଜି ଗ୍ୟାସ ଦର

0

ନ୍ୟୁଜ୍ ବ୍ୟୁରୋ: ନୂଆବର୍ଷରେ ନୂଆ ନିୟମ। ବର୍ଷ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଖୁସି ଖବର। ବର୍ଷ ବଦଳିବା ସହ ବଦଳିଛି ନିୟମ। କମିଛି ଏଲପିଜି ସିଲିଣ୍ଡର ଦର। କମର୍ସିଆଲ ସିଲିଣ୍ଡର ଦର କମ ହୋଇଛି । ୧୪ କିଲୋଗ୍ରାମର ଘରୋଇ ସିଲିଣ୍ଡର ଦର ସ୍ଥିର ରହିଥିବା ବେଳେ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଗ୍ୟାସର ଦର ହ୍ରାସ ହୋଇଛି। ଅନ୍ୟପଟେ ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ।
ସୂଚନାଯୋଗ୍ୟ, ବର୍ତ୍ତମାନ ନୂତନ ଦର ଅନୁସାରେ ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଗ୍ୟାସର ଦର ଦିଲ୍ଲୀରେ ୧୮୦୪ ଟଙ୍କା, ମୁମ୍ବାଇରେ ୧୭୫୬ଟଙ୍କା, ଚେନ୍ନାଇରେ ୧୯୬୬ ଟଙ୍କା ଏବଂ କୋଲକାତାରେ ୧୯୧୧ ଟଙ୍କା ରହିଛି। କହିରଖୁଛୁ ଯେ, ଗତ ଅଗଷ୍ଟ ୨୦୨୩ ରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପ୍ରାୟ ୧୦୦ଟଙ୍କା ହ୍ରାସ ହୋଇଥିଲା। ସେବେଠାରୁ ଏହାର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

Leave A Reply

Your email address will not be published.