ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ପୁଣି ବଢ଼ିଲା ଆଳୁ ଦର

0

ଭୁବନେଶ୍ବର: ପୁଣି ବଢ଼ିଲା ଆଳୁ ଦର। କିଲୋ ପିଛା ୧୦ଟଙ୍କା ବଢିଛି ଆଳୁ ଦର। ଗୋଟିଏ ପ୍ୟାକେଟ ପିଛା ୪ଶହ ଟଙ୍କା ଦର ବଢ଼ିଛି। ୪ଦିନ ପୂର୍ବରୁ ଯେଉଁ ୪୦କେଜି ଆଳୁ ପ୍ୟାକେଟ ଦର ୮ଶହ ଟଙ୍କା ଥିଲା ବର୍ତ୍ତମାନ ସେହି ଆଳୁ ପ୍ୟାକେଟ ଦର ୧୨ଶହ ଟଙ୍କାରେ ପହଞ୍ଚିଛି। ଏହାର ପ୍ରଭାବ ସିଧାସଳଖ ଖାଉଟିଙ୍କ ଉପରେ ପଡ଼ିଛି। ପରିବା ଏବଂ ଖୁଚୁରା ବେପାରୀ ଆଳୁ କେଜି ୩୦ଟଙ୍କାରେ ବିକ୍ରି କରୁଥିଲେ; କିନ୍ତୁ ପ୍ୟାକେଟ ପିଛା ୪ଶହ ଟଙ୍କା ବଢ଼ିବା ଦ୍ବାରା ବର୍ତ୍ତମାନ ପରିବା ବ୍ୟବସାୟୀ ଏବଂ ଖୁଚୁରା ବେପାରୀ ଆଳୁ କେଜି ୪୦ ଟଙ୍କା ଏବଂ ଗଳିକନ୍ଦିରେ କେହି କେହି ୪୫ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି।

ଖୁଚୁରା ବଜାରରେ କେଉଁଠି ୪୦ ତ କେଉଁଠି ୪୫ରେ ବିକ୍ରି ହେଲାଣି ଆଳୁ। ଆଳୁ ଦର ବୃଦ୍ଧି ପାଇବାରୁ ସିଧାସଳଖ ଖାଉଟିଙ୍କ ରୋଷେଇ ଘରେ ପ୍ରଭାବ ଦେଖିବାକୁ ମିଳିଛି। କିଛିଦିନ ପୂର୍ବରୁ ଆଳୁ ସମସ୍ୟା ଭିତରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ରୋକଠୋକ ଜବାବ ଦେଇଥିଲେ ଯେ, ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି। ସେ ରାଜ୍ୟ ଯଦି ନିଜ ଆଡୁ ଆଳୁ ପଠାଏ ତାହାଲେ ରଖିବୁ। ଆମେ ୟୁପିରୁ ଆଳୁ ଆମଦାନୀ କରିବୁ। ତେବେ ଓଡ଼ିଶାରେ ଏବେ ଆଳୁ ସଙ୍କଟ ନାହିଁ, ସେ ୩୦ ଟଙ୍କାରେ ଆଳୁ କିଣିଥିବା କହିଥିଲେ।

ବର୍ତ୍ତମାନ ଓଡ଼ିଶାକୁ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଆଳୁ ଆସୁଛି। ରବିବାର ଭୁବନେଶ୍ୱରକୁ ଉତ୍ତର ପ୍ରଦେଶରୁ ୭ଟି ଟ୍ରକ ଆଳୁ ଆସିଥିବାବେଳେ ପଶ୍ଚିମବଙ୍ଗରୁ ୧୮ ୧୮ ଟ୍ରକ ଆଳୁ ଆସିଛି। ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ କେଜି ପ୍ରତି ପରିବହନ ଖର୍ଚ୍ଚ ୪ ଟଙ୍କା ପଡୁଛି; କିନ୍ତୁ ଉତ୍ତର ପ୍ରଦେଶରୁ ଆଳୁ ପର୍ଯ୍ୟାପ୍ତ ମାତ୍ରାରେ ନ ଆସିବା ଏବଂ ଲୋକ ଉତ୍ତର ପ୍ରଦେଶ ଆଳୁ ଖାଇବାକୁ ପସନ୍ଦ କରୁନଥିବାରୁ ବିକ୍ରି କମ ରହୁଛି। ଅନ୍ୟପଟେ ପଶ୍ଚିମବଙ୍ଗରେ ଆଳୁ କେଜି ୧୮ରୁ ୧୯ ଟଙ୍କା ରହିଛି। ଓଡ଼ିଆ ବ୍ୟବସାୟୀ ଅଧିକ ଆଳୁ ଆଣୁଥିବାରୁ ସେମାନଙ୍କୁ ଆହୁରି କମ ଦାମ ପଡୁଛି। ପୂର୍ବରୁ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ କେଜି ପ୍ରତି ୧ଟଙ୍କା ୫୦ପଇସା ପରିବହନ ଖର୍ଚ୍ଚ ପଡୁଥିଲା। ହେଲେ ବର୍ତ୍ତମାନ ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ କେଜି ପ୍ରତି ପରିବହନ ଖର୍ଚ୍ଚ ୫ଟଙ୍କା ଖର୍ଚ୍ଚ ପଡୁଛି।

Leave A Reply

Your email address will not be published.