ପ୍ରମୁଖ ଖବର

୧୩ ଫେବ୍ରୁଆରିରୁ ବିଧାନସଭା ବ‌ଜେଟ୍ ଅଧିବେଶନ, ୧୨ରେ ସର୍ବଦଳୀୟ ବୈଠକ
ମଧ୍ୟପ୍ରଦେଶର ଶିବପୁରୀ ଜିଲାରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଓଡିଶାକୁ କୃମିମୁକ୍ତ କରିବାକୁ ଦେଢ଼ କୋଟିରୁ ଅଧିକ ଲୋକ ଖାଇବେ କୃମି ଔଷଧ
ଫେବୃଆରୀ ୨୧ ତାରିଖରୁ ମାଟ୍ରିକ ପରୀକ୍ଷା
ପ୍ରତିଶ୍ରୁତି ରଖିଲେ ପ୍ରଧାନମନ୍ତ୍ରୀ: କଟକ ବାଲିଯାତ୍ରାକୁ ମିଳିଲା ‘ଜାତୀୟ ମାନ୍ୟତା’
ରାଜଧାନୀ ରାସ୍ତାରେ ପ୍ରୟୋଗ ହେବ ଏସ୍‌ଏମ୍‌ଏ ଟେକ୍ନୋଲୋଜି
ରାଉରକେଲାରେ ମାଲଗାଡ଼ିର ଦୁଇଟି ବଗି ଲାଇନଚ୍ୟୁତ

ଆଇଇଡି ଲଗାଇ ସେନା ଗାଡ଼ି ଉଡାଇଦେଲେ ମାଓବାଦୀ

0

ବିଜାପୁର: ଛତିଶଗଡ଼ର ବିଜାପୁରରେ ଭୟଙ୍କର ବିସ୍ଫୋରଣ କରିଛନ୍ତି ନକ୍ସଲ। ଛତିଶଗଡ଼ ବସ୍ତର ଡିଭିଜନ ବିଜାପୁର ଜିଲାରେ ସୋମବାର ମାଓବାଦୀମାନେ ଅପରେସନରୁ ଫେରୁଥିବା ସୁରକ୍ଷାକର୍ମୀଙ୍କ ସ୍କର୍ପିଓକୁ ସେମାନେ ଆଇଇଡି ବିସ୍ଫୋରଣ ଦ୍ୱାରା ଉଡ଼ାଇ ଦେଇଛନ୍ତି। ବିସ୍ଫୋରଣରେ ୯ଜଣ ଶହୀଦ ହୋଇଥିବା ଜଣାପଡିଛି। ୮ ଯବାନଙ୍କ ସହିତ ଗାଡ଼ି ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୮୦କି.ମି ଦୂର କୁଟ୍ରୁ-ବେଡ୍ରେ ରାସ୍ତାରେ ଏହି ଘଟଣା ଘଟିଛି। ବସ୍ତର ରେଞ୍ଜ ଇନ୍ସପେକ୍ଟର ଜେନେରାଲ ପି ସୁନ୍ଦରରାଜ କହିଛନ୍ତି ଯେ, ଆଇଇଡି ବିସ୍ଫୋରଣ ଦ୍ୱାରା ୮ ଯବାନଙ୍କ ସହ ଜଣେ ଗାଡି ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ପରେ ସେମାନଙ୍କୁ ରାୟପୁର ପଠାଯାଇଥିବା ଜଣାପଡିଛି। ଅନ୍ୟପକ୍ଷେ ଘଟଣାସ୍ଥଳକୁ ପୋଲିସ ପକ୍ଷରୁ କର୍ଡନ କରାଯାଇଛି। ଏପରିକି ଘଟଣାସ୍ଥଳରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି।

ବସ୍ତର ଆଇଜିଙ୍କ ସୂଚନା ଅନୁସାରେ, ଡିଆରଜି ଯବାନମାନେ ଗୋଟିଏ ସ୍ୱତନ୍ତ୍ର ଅପରେସନରେ ଯାଇଥିଲେ। ଦାନ୍ତେୱାଡା, ନରାୟଣପୁର ଓ ବିଜାପୁରରେ ଅପରେସନ ସାରି କ୍ୟାମ୍ପକୁ ଫେରୁଥିଲେ। ଅପରାହ୍ଣ ପ୍ରାୟ ୨.୧୫ ମିନିଟରେ କୁଟ୍ରୁ ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ଆମ୍ବେଲି ଗାଁ ନିକଟରେ ଅଘଟଣ ଘଟିଛି।

Leave A Reply

Your email address will not be published.