ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ୧୦ କୋଟିର ଗଞ୍ଜେଇ ଜବତ

0

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରରୁ ବହୁ ମୂଲ୍ୟର ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ ଆଣିଥିବା ୨ ମହିଳା ଯାତ୍ରୀଙ୍କୁ ଗିରଫ କରିଛି ଭୁବନେଶ୍ୱର କଷ୍ଟମ କମିଶନରେଟ। ମହିଳା ଯାତ୍ରୀ ଦୁଇ ଜଣ ଭାରତୀୟ ଅଟନ୍ତି। ଦୁଇ ଜଣ ଭାରତୀୟ ମହିଳାଙ୍କ ନିକଟରୁ ୧୯ଟି ଗଞ୍ଜେଇ ପ୍ୟାକେଟ୍ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କା ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ମାଲେସିଆର କ୍ଵାଲାଲୁମ୍ପୁରରୁ ଏହି ଦୁଇ ମହିଳା ଭାରତ ଆସିଥିଲେ। ହେଲେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଚେକିଂ ସମୟରେ ସେମାନଙ୍କ ନିକଟରୁ ୯ କେଜି ୫୨୪ ଗ୍ରାମ ଅର୍ଥାତ୍ ୧୯ଟି ପ୍ୟାକେଟ୍ ଗଞ୍ଜେଇ ଜବତ କରିଥିଲା କଷ୍ଟମ ବିଭାଗ। ଉଭୟ ଯାତ୍ରୀଙ୍କୁ ଏନଡିପିଏସ୍ ଆକ୍ଟ ୧୯୮୫ ଅନୁସାରେ ଗିରଫ କରି କୋର୍ଟ ପଠାଯାଇଛି କଷ୍ଟମ ବିଭାଗ। ଏନେଇ ଅଧିକ ଖୋଳତାଡ ଜାରି ରହିଛି।

Leave A Reply

Your email address will not be published.