ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଜାମିନ ନେବାକୁ ମନା କଲେ ପ୍ରଶାନ୍ତ କିଶୋର

0

ଜେଲ୍‌ରେ ଥାଇ କରିବେ ଅନଶନ
ନୂଆଦିଲ୍ଲୀ: ଗାନ୍ଧୀ ମୂର୍ତ୍ତି ତଳେ ଅନଶନରେ ବସିଥିବା ଜନ ସୁରଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ କିଶୋର ବିହାର ପ୍ରଶାସନିକ ସେବା ପରୀକ୍ଷା ବାତିଲ କରିବା ଦାବିରେ ଜାନୁଆରୀ ୨ରୁ ଅନଶନରେ ବସିଥିବାବେଳେ ଆଜି ଭୋର୍‌ ୪ଟାରୁ ପୋଲିସ ତାଙ୍କୁ ଉଠାଇନେଇଥିଲା। ପରେ ସକାଳେ ଗିରଫ କରିଥିଲା। ମଧ୍ୟାହ୍ନରେ ତାଙ୍କୁ ଜାମିନ ମିଳିଥିଲା। କିନ୍ତୁ ପ୍ରଶାନ୍ତ କିଶୋର ସର୍ତ୍ତମୂଳକ ଜାମିନ ନେବାକୁ ମନା କରି ଦେଇଛନ୍ତି।

ପାଟନା ସିଭିଲ କୋର୍ଟ ପରିସରରେ ପ୍ରଶାନ୍ତ କିଶୋର କହିଛନ୍ତି, ସେ ଜାମିନ ନେବେ ନାହିଁ କି ଅନଶନ ଭାଙ୍ଗିବେ ନାହିଁ। ଅନଶନ ଜେଲରେ ଥାଇ ଚାଲିବ। ଆମକୁ ଯେତେ ଅଟକାଇବେ, ଆମ ମନୋବଳ ସେତେ ବୃଦ୍ଧି ପାଇବ। ପ୍ରଶାନ୍ତ କିଶୋରଙ୍କ ଓକିଲ କହିଛନ୍ତି, ତାଙ୍କୁ ୨୫ ହଜାର ଟଙ୍କା ମୂଲ୍ୟର ପିଆର୍‌ ବଣ୍ଡ ଦେବାକୁ କୋର୍ଟ କହିଛନ୍ତି। ଭବିଷ୍ୟତରେ ସେ ଆଉ ଏପରି କାମ କରିବେ ନାହିଁ ବୋଲି କୁହାଯାଇଛି। ଏହା ଉପରେ ସେ କୋର୍ଟଙ୍କୁ କହିଛନ୍ତି, ଯଦି ଆମେ ଏହା କରିବୁ, ଏହାର ଅର୍ଥ ହେଉଛି ଯେ ଆମେ ଏକ ଭୁଲ କରିଛୁ ବୋଲି ସ୍ବୀକାର କରିଛୁ। ଏହାକୁ ବିରୋଧ କରିବା ଏକ ଅଧିକାର। ପ୍ରଶାନ୍ତ କିଶୋର କୋର୍ଟଙ୍କୁ କହିଛନ୍ତି, ଲାଗୁ କରାଯାଇଥିବା ସର୍ତ୍ତକୁ ହଟାଇବା ଉଚିତ କିନ୍ତୁ ଏହାକୁ ଗ୍ରହଣ କରାଯିବ ନାହିଁ।

ପ୍ରଶାନ୍ତ କିଶୋରଙ୍କୁ ସୋମବାର ସକାଳ ୪ଟାରେ ପୋଲିସ ଗିରଫ କରିଥିଲା। ଏହା ପରେ ତାଙ୍କୁ ଏମ୍ସରେ ଚିକିତ୍ସା କରାଯାଇଥିଲା, ଯେଉଁଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା କୁହାଯାଇଥିଲା। ପୋଲିସ ଯେତେବେଳେ ପ୍ରଶାନ୍ତ କିଶୋରଙ୍କୁ ଉଠାଇ ନେବାକୁ ଚେଷ୍ଟା କରିବା ବେଳେ ତାଙ୍କ ସମର୍ଥକ ଛାତ୍ରମାନେ ତାଙ୍କୁ ଘେରି ଯାଇଥିଲେ। ଫଳରେ ପୋଲିସ ଓ ସମର୍ଥକ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଶେଷରେ ପ୍ରଶାନ୍ତ କିଶୋରଙ୍କୁ ପୋଲିସ ଉଠାଇ ନେବାରେ ସମର୍ଥ ହୋଇଥିଲା। ଏହା ପରେ ପୋଲିସ ପ୍ରଶାନ୍ତ କିଶୋରଙ୍କ ସହ ପାଟନା ସିଭିଲ କୋର୍ଟରେ ପହଞ୍ଚିଥିଲା। ଏଠାରେ ସେ କୋର୍ଟରୁ ଜାମିନ ପାଇଥିଲେ, କିନ୍ତୁ ସର୍ତ୍ତ ସହିତ ସେ ଜାମିନ ଗ୍ରହଣ କରିବାକୁ ମନା କରିଦେଇଥିଲେ।

Leave A Reply

Your email address will not be published.