ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରଶାନ୍ତ କିଶୋର

0

ନୂଆଦିଲ୍ଲୀ: ପ୍ରଶାନ୍ତ କିଶୋରଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି। ମିଳିଥିବା ବିହାର ଲୋକସେବା ଆୟୋଗ(ବିପିଏସସି) ପ୍ରାର୍ଥୀଙ୍କ ସମର୍ଥନରେ ଜାନୁଆରୀ ୨ରୁ ଆମରଣ ଅନଶନରେ ବସିଥିବା ଜନ ସୂରଜ ପାର୍ଟି ଅଧ୍ୟକ୍ଷ ପ୍ରଶାନ୍ତ କିଶୋରଙ୍କର ମଙ୍ଗଳବାର ହଠାତ୍ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଭୋକ ଉପାସରେ ଥିବା ପ୍ରଶାନ୍ତ କିଶୋରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଜନ ସୁରଜ ପାର୍ଟିର କର୍ମୀମାନେ ପ୍ରଶାନ୍ତ କିଶୋରଙ୍କୁ ମେଦାନ୍ତ ହସ୍ପିଟାଲକୁୁ ନେଇଛନ୍ତି, ଯେଉଁଠାରେ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଭର୍ତ୍ତି କରାଯାଇଛି। ପାଟନାର ମେଦାନ୍ତା ହସ୍ପିଟାଲର ଡାକ୍ତରୀ ଦଳ ପ୍ରଶାନ୍ତ କିଶୋରଙ୍କ ସ୍ଵାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଶେଖପୁରା ହାଉସରେ ପହଞ୍ଚିଥିଲେ। ଅବସ୍ଥା ଦେଖି ଡାକ୍ତର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ତାଙ୍କ ସମର୍ଥକମାନେ ତାଙ୍କୁ ଆମ୍ବୁଲାନ୍ସରେ ନେଇ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କ ଚିକିତ୍ସା ଚାଲିଛି।ସୂଚନାଯୋଗ୍ୟ, ଆଜି ପ୍ରଶାନ୍ତ କିଶୋରଙ୍କ ଆମରଣ ଅନଶନର ଷଷ୍ଠ ଦିନ।

ମଙ୍ଗଳବାର ପ୍ରଶାନ୍ତ କିଶୋର ପାଟଣାର ଶେଖପୁରା ହାଉସରେ ଜନ ସୁରଜ ପାର୍ଟିର ଏକ ବୈଠକ ଡାକିଥିଲେ। ଏହି ବୈଠକରେ ଜନ ସୁରଜର ସଦସ୍ୟଙ୍କ ସହ ପରବର୍ତ୍ତୀ ଯୋଜନା ଉପରେ ଆଲୋଚନା କରାଯିବ। ଏହି ସଭାରେ ନିଷ୍ପତ୍ତି ନିଆଯାଉଥିଲା କେଉଁ ସ୍ଥାନରେ ପ୍ରଶାନ୍ତ କିଶୋର ଉପବାସ ଜାରି ରଖିବେ। ପ୍ରଶାନ୍ତ କିଶୋରଙ୍କ ସମର୍ଥକଙ୍କ କହିବାନୁସାରେ, ମଙ୍ଗଳବାର ଦିନ ୧୦ଟା ପର୍ଯ୍ୟନ୍ତ ସେ ଲୋକଙ୍କ ସହ କଥାବର୍ତ୍ତା କରୁଥିଲେ। କିଛି ସମୟ ପରେ ହଠାତ୍ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହାପରେ ଡାକ୍ତରଙ୍କୁ ଡକାଯାଇଥିଲା। ଯାଞ୍ଚ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାଞ୍ଚରେ ଶରୀରରେ ଜଳୀୟ ଅଂଶ କମିଯିବା ସହ ଅନ୍ୟ କିଛି ସମସ୍ୟା ସାମ୍ନାକୁ ଆସିଛି। ପରୀକ୍ଷା ନିରୀକ୍ଷା ପରେ ସ୍ଵାସ୍ଥ୍ୟାବସ୍ଥା ସ୍ପଷ୍ଟ ହୋଇପାରିବ ବୋଲି ଡାକ୍ତର କହିଛନ୍ତି।

Leave A Reply

Your email address will not be published.