ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସଲମାନ ଖାନଙ୍କ ବାଲ୍‌କୋନୀରେ ଲାଗିଲା ବୁଲେଟ୍‌ ପ୍ରୁଫ୍‌ କାଚ

0

ମୁମ୍ବାଇ; ବଢିଲା ସଲମାନଙ୍କ ସୁରକ୍ଷା, ଗାଲାକ୍ସି ବାଲକୋନିରେ ଲାଗିଲା ବୁଲେଟ ପ୍ରୁଫ ଗ୍ଲାସ। ଗତ କିଛି ମାସ ହେବ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ପକ୍ଷରୁ ମିଳୁଥିବା ଧମକକୁ ଦୃଷ୍ଟିରେ ରଖି ସଲମାନ ଖାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ସଲମାନଙ୍କ ଘର ବାଲ୍‌କୋନୀରେ ସୁରକ୍ଷା ବଢାଇ ଦିଆଯାଇଛି। ବାଲ୍‌କୋନୀରେ ବୁଲେଟ୍‌ ପ୍ରୁଫ୍‌ ଗ୍ଲାସ୍‌ ଲଗାଯାଇ ସୁରକ୍ଷିତ କରାଯାଇଛି।

ମଙ୍ଗଳବାର ସଲମାନଙ୍କ ମୁମ୍ବାଇସ୍ଥିତ ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ କିଛି କର୍ମଚାରୀ କାମ କରୁଥିବା ଦେଖିବାକୁ ମିଳିଛି। ଅଭିନେତାଙ୍କ ସୁରକ୍ଷା ପାଇଁ ସେମାନେ ଘରର ବାଲ୍‌କୋନୀରେ ବୁଲେଟ୍‌ ପ୍ରୁଫ୍‌ କାଚ ଲଗାଉଥିବା ନଜର ଆସିଛି। ବାଲ୍‌କୋନୀକୁ ଚାରିପଟୁ ନୀଳ ରଙ୍ଗର ବୁଲେଟ୍‌ ପ୍ରୁଫ୍‌ ଗ୍ଲାସରେ ଆବୃତ୍ତ କରାଯାଇଛି। ସୂଚନାଯୋଗ୍ୟ, ସୁରକ୍ଷା ଚିନ୍ତା ଭିତରେ ସଲମାନ ଖାନ ଏବେ ସାର୍ବଜନୀନ ସ୍ଥାନରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହୁଛନ୍ତି।

Leave A Reply

Your email address will not be published.