ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ସଲମାନ ଖାନଙ୍କ ବାଲ୍‌କୋନୀରେ ଲାଗିଲା ବୁଲେଟ୍‌ ପ୍ରୁଫ୍‌ କାଚ

0

ମୁମ୍ବାଇ; ବଢିଲା ସଲମାନଙ୍କ ସୁରକ୍ଷା, ଗାଲାକ୍ସି ବାଲକୋନିରେ ଲାଗିଲା ବୁଲେଟ ପ୍ରୁଫ ଗ୍ଲାସ। ଗତ କିଛି ମାସ ହେବ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ପକ୍ଷରୁ ମିଳୁଥିବା ଧମକକୁ ଦୃଷ୍ଟିରେ ରଖି ସଲମାନ ଖାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ସଲମାନଙ୍କ ଘର ବାଲ୍‌କୋନୀରେ ସୁରକ୍ଷା ବଢାଇ ଦିଆଯାଇଛି। ବାଲ୍‌କୋନୀରେ ବୁଲେଟ୍‌ ପ୍ରୁଫ୍‌ ଗ୍ଲାସ୍‌ ଲଗାଯାଇ ସୁରକ୍ଷିତ କରାଯାଇଛି।

ମଙ୍ଗଳବାର ସଲମାନଙ୍କ ମୁମ୍ବାଇସ୍ଥିତ ଘର ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ କିଛି କର୍ମଚାରୀ କାମ କରୁଥିବା ଦେଖିବାକୁ ମିଳିଛି। ଅଭିନେତାଙ୍କ ସୁରକ୍ଷା ପାଇଁ ସେମାନେ ଘରର ବାଲ୍‌କୋନୀରେ ବୁଲେଟ୍‌ ପ୍ରୁଫ୍‌ କାଚ ଲଗାଉଥିବା ନଜର ଆସିଛି। ବାଲ୍‌କୋନୀକୁ ଚାରିପଟୁ ନୀଳ ରଙ୍ଗର ବୁଲେଟ୍‌ ପ୍ରୁଫ୍‌ ଗ୍ଲାସରେ ଆବୃତ୍ତ କରାଯାଇଛି। ସୂଚନାଯୋଗ୍ୟ, ସୁରକ୍ଷା ଚିନ୍ତା ଭିତରେ ସଲମାନ ଖାନ ଏବେ ସାର୍ବଜନୀନ ସ୍ଥାନରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହୁଛନ୍ତି।

Leave A Reply

Your email address will not be published.