ପ୍ରମୁଖ ଖବର

ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା
ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
ବାୟୋଫାର୍ମା କ୍ଷେତ୍ର ପାଇଁ ୧୦ ହଜାର କୋଟି, ଶସ୍ତା ହେବ ସୁଗାର କର୍କଟ ଔଷଧ
କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ
ପୁଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଡକାୟତ ସିପୁ ଆହତ

ବନ ବିଭାଗ ଉପରେ ଫାୟାରିଂ କଲେ ମାଛ ମାଫିଆ

0

ରାଜନଗର: ରାଜନଗର ଗହୀରମଥା ଗଭୀର ସମୁଦ୍ରରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ମାଛ ମାଫିଆଙ୍କ ଆକ୍ରମଣ। ବେଆଇନ୍ ମାଛ ମାରୁଥିବା ବେଳେ ରେଡ୍ କରିଥିଲା ବନବିଭାଗ। ବେଆଇନ ଭାବେ ମାଛ ମାରୁଥିବା ତାରିଣୀ ୩ ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିବା ସମୟରେ ୬ ଟି ଟ୍ରଲର ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଗୁଳି ଫୁଟାଇ ୮ ମତ୍ସ୍ୟଜୀବୀଙ୍କୁ ଜୋର୍ ଜବରଦସ୍ତ ବନ କର୍ମଚାରୀଙ୍କଠାରୁ ଛଡାଇ ନେଇଛନ୍ତି ମାଛ ମାଫିଆ।

ସୂଚନା ଅନୁଯାୟୀ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଗହୀରମଥା ବାବୁବାଲି ଠାରେ ବେଆଇନଭାବେ ଟ୍ରଲର ମାଛ ମାରୁଥିବା ବେଳେ ବନ କର୍ମଚାରୀ ଟ୍ରଲର ସହିତ ୯ ଜଣ ମତ୍ସ୍ୟଜୀବୀଙ୍କୁ କାବୁ କରିଥିଲା। ପାଟ୍ରୋଲିଂ ଟିମ୍ ଜବତ ଟ୍ରଲରକୁ ଧରି କୂଳକୁ ଫେରୁଥିବା ବେଳେ ୬ଟି ଟ୍ରଲର ଏକଜୁଟ ହୋଇ ବନବିଭାଗର କର୍ମଚାରୀଙ୍କ ଟିମ୍କୁ ଆକ୍ରମଣ କରିବା ସହ ବନବିଭାଗ କାବୁ କରିଥିବା ତାରିଣୀ ୩ ଟ୍ରଲରକୁ ଜୋର୍ ଜବରଦସ୍ତ ଖସେଇନେବାକୁ ଉଦ୍ୟମ କରିଥିଲେ।

ଏହି ସମୟରେ ମାଛ ମାଫିଆ ବନବିଭାଗ ମୁହାଁମୁହିଁ ହୋଇ ଗୁଳି ଫୁଟିଥିଲା ଫଳରେ ମାଛ ମାଫିଆ ଟ୍ରଲର ଟିକୁ ଛାଡି ୮ ମତ୍ସ୍ୟଜୀବୀଙ୍କୁ ଖସାଇ ନେଇଛନ୍ତି। ଏହି ଘଟଣାକୁ ବନବିଭାଗ ଗୁରୁତର ସହିତ ନେବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ସୁରକ୍ଷାକୁ କଡାକଡି କରାଯିବ ବୋଲିି କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ।

Leave A Reply

Your email address will not be published.