ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

ଲୋକସେବା ଭବନରୁ ନକଲି ସେକ୍ସନ ଅଫିସର ଗିରଫ

0

ଭୁବନେଶ୍ବର: ଲୋକସେବା ଭବନରୁ ଜଣେ ଦଲାଲକୁ ଗିରଫ କରିଛି କମିଶନରେଟ ପୁଲିସ୍‌। ରାଜ୍ୟର ସେକ୍ରାଟାରିଏଟ ଭିତରେ ରହି ଚୂନ ଲଗାଉଥିଲା ଦଲାଲ। ମିଛ ପରିଚୟ ପତ୍ର ସହ ନିଜକୁ ଓଡିଶା ସରକାରଙ୍କ କର୍ମଚାରୀ ଭାବେ ପରିଚିତ କରିଥିଲେ। ଚାକିରି କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକୁଥିଲେ। ଦଲାଲ ଜଣକ ହେଲେ ବ୍ୟାସଦେବ ରଣା। ହେଲେ ସବୁଠୁ ବଡ କଥା ହେଉଛି ତାଙ୍କୁ ପ୍ରଥମରୁ କେହି କେମିତି ଜାଣିପାରିଲେ ନାହିଁ, ତାହା ଏବେ ପ୍ରଶ୍ନ ସୃଷ୍ଟି କରିଛି।

ତେବେ ଲୋକସେବା ଭବନ ମଧ୍ୟରୁ ଜଣେ ନକଲି ପାସଧାରୀ ଅଭିଯୁକ୍ତ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟାସଦେବ ରଣାଙ୍କ ଠାରୁ ପଞ୍ଚାୟତିରାଜ ବିଭାଗର ଜାଲ୍‌ ଆଇକାର୍ଡ ମଧ୍ୟ ଜବତ ହୋଇଛି। ଠକ ବ୍ୟାସଦେବ ଘର କଳାହାଣ୍ଡି ନର୍ଲାରେ। ସେ କିଛି ଦିନ ହେବ ଭୁବନେଶ୍ୱରର ଏକାମ୍ର ଅଞ୍ଚଳରେ ରହୁଥିଲା। ତା’ର ବୟସ ୪୭ ବର୍ଷ ବୋଲି ପୁଲିସ୍‌ କହିଛି। ବ୍ୟାସଦେବ ନିଜକୁ ପଞ୍ଚାୟତ ରାଜ ବିଭାଗର ସେକ୍ସନ ଅଫିସର କହି ଲୋକଙ୍କୁ ଠକୁଥିଲେ। ଏମିତିକି ତାଙ୍କ ପାଖରୁ ନକଲି ସେକ୍ସନ ଅଫିସରର ପରିଚୟ ପତ୍ର ମଧ୍ୟ ଜବତ ହୋଇଛି।

ପୂର୍ଣ୍ଣଚନ୍ଦ୍ର ପରିଡାଙ୍କ ଏତଲା ଆଧାରରେ ବ୍ୟାସଦେବଙ୍କୁ ଲୋକସେବା ଭବନ ଗେଟ ଆଗରୁ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ। ଏହି ଠକ ଦଲାଲ୍‌, ବ୍ୟାସଦେବଙ୍କ ଘର ହେଉଛି କଳାହାଣ୍ଡି, ହେଲେ ଭୁବନେଶ୍ବରରେ କିଛି ଦିନ ହେଲା ରହୁଛନ୍ତି। ନକଲି ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଚାକିରୀ କରାଇଦେବା ନାଁରେ ପ୍ରାୟ ୨୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବ୍ୟାସଦେବ ରଣା ଜାଲ ପରିଚୟପତ୍ର ଦ୍ୱାରା ବର୍ଷ ବର୍ଷ ଧରି ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ସେକ୍ସନ ଅଫିସର ବୋଲି ନିଜର ପରିଚୟ ଦେଉଥିଲା। ସେ ଉକ୍ତ ଜାଲ ପରିଚୟପତ୍ର ଦ୍ୱାରା ଲୋକସେବା ଭବନ ଭଳି ସରକାରୀ ପେଣ୍ଠ ସ୍ଥଳରେ ପ୍ରବେଶ କରୁଥିଲା। ଲୋକଙ୍କୁ ଚାକିରି ଦେବା ନାଁରେ ସେ ଟଙ୍କା ଲୁଟ କରୁଥିଲା।

Leave A Reply

Your email address will not be published.