ପୁରୀ: ଶ୍ରୀମନ୍ଦିରରେ ଘଟିଛି ଅଘଟଣ। ସେବା କାର୍ଯ୍ୟ ବେଳେ ଟଳିପଡ଼ିଲେ ସେବାୟତ। ବୁଧବାର ଦ୍ବିପ୍ରହର ଧୂପ ପାଇଁ ରତ୍ନ ସିଂହାସନ ନିକଟରେ ପାଣି ପକାଉଥିବାବେଳେ ସୁଆରବଡୁ ସେବାୟତ ଜଗନ୍ନାଥ ମେକାପ ଟଳିପଡ଼ିଥିଲେ। ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ପାଇଁ ସିଂହାସନରେ ପାଣି ପକାଉଥିବା ସମୟରେ ଜଗନ୍ନାଥ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରି ଟଳି ପଡ଼ିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରି ମୃତ ଘୋଷଣା କରିଥିଲେ।
ଖବର ପାଇ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସ୍ପି ବିନୀତ ଅଗ୍ରଓ୍ବାଲ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ୍ଙ୍କ ସହ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ସେବାୟତ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଜଣେ ଯୁବ ସେବକ ଭାବେ ସ୍ୱର୍ଗତଃ ଜଗନ୍ନାଥ ଶାନ୍ତ ସ୍ୱଭାବର ଥିବାବେଳେ ମହାପ୍ରଭୁଙ୍କ ସେବାକୁ ଅତ୍ୟନ୍ତ ନିଷ୍ଠାର ସହ ସମ୍ପାଦିତ କରନ୍ତି। ଦୁଇବର୍ଷ ପୂର୍ବରୁ ଜଗନ୍ନାଥ ଛାତି ଜନିତ ରୋଗରେ ଚିକିତ୍ସିତ ହେଉଥିବା ବେଳେ ପରେ ସୁସ୍ଥ ହୋଇ ପୁର୍ନବାର ମହାପ୍ରଭୁଙ୍କ ସେବାରେ ନିୟୋଜିତ ହୋଇଥିଲେ। କିନ୍ତୁ ଆଜି ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହୃଦଘାତ୍ ଯୋଗୁ ମୃତ୍ୟୁ ଘଟିଥିବା କୁହାଯାଉଛି।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ