ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ହେଲେ ଓଏଏସ୍ ଆଲୋକ କୁମାର ପ୍ରଧାନ

0

ଭୁବନେଶ୍ବର: ଓଡ଼ିଶା ସରକାର ବରିଷ୍ଠ ଓଏଏସ୍ ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ତଥା ଜନ ଅଭିଯୋଗ ବିଭାଗ ବିଜ୍ଞପ୍ତି ପ୍ରକାଶ ପାଇଛି। ସବ-କଲେକ୍ଟର ଭାବରେ ଖୋର୍ଦ୍ଧାକୁ ବଦଳି ହୋଇଥିବା ପଦ୍ମ ଚରଣ ସାହୁଙ୍କୁ ବର୍ତ୍ତମାନ କ୍ରୀଡା ଏବଂ ଯୁବ ସେବା ବିଭାଗର ଡେପୁଟି ସେକ୍ରେଟାରୀ ଭାବରେ ନିଯୁକ୍ତ ହୋଇଛନ୍ତି। ନୟାଗଡ ବିଡିଓ ଭାବରେ କାର୍ଯ୍ୟ କରୁଥିବା ସମୟରେ ଖୋର୍ଦ୍ଧାର ସବ-କଲେକ୍ଟର ଭାବରେ ତାଙ୍କର ନିଯୁକ୍ତି ବାତିଲ କରାଯାଇଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

କେନ୍ଦୁଝର ଆନନ୍ଦପୁରର ଅତିରିକ୍ତ ସବ-କଲେକ୍ଟର କିଶୋର କୁମାର ପଣ୍ଡା ଖୋର୍ଦ୍ଧା ସବ-କଲେକ୍ଟର ଭାବରେ ଦାୟିତ୍ୱ ଗ୍ରହଣ କରିବେ। ତାଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପୁରୀର ଡେପୁଟି ଆଡମିନିଷ୍ଟ୍ରେସନ୍ (ରାଜସ୍ୱ) ଭାବରେ ମଧ୍ୟ ନିଯୁକ୍ତ କରାଯାଇଛି। ଅପରପକ୍ଷରେ ଗତ ଜୁନ୍ ମାସରେ ଦୁଇଜଣ ଓଏଏସ୍ ଅଧିକାରୀ ତ୍ରିଲୋଚନ ମହାନ୍ତି ଏବଂ ଚିତ୍ରସେନ ରାଉତଙ୍କୁ ଯଥାକ୍ରମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୁଗ୍ମ ସଚିବ ଏବଂ ଅତିରିକ୍ତ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା।

Leave A Reply

Your email address will not be published.