ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ମାତୃବିୟୋଗ

0

ପୁରୀ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ମାଆଙ୍କ ଦେହାନ୍ତ ହୋଇଛି। ୮୯ ବର୍ଷ ବୟସରେ ତାଙ୍କ ମାଆ ଲୋଭାବତୀ ପରିଡ଼ାଙ୍କ ମୃତ୍ୟୁ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଲୋଭାବତୀ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ସେ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପୁରୀ ଜିଲ୍ଲା ନୂଆହାଟର ନିଭରଣ ବାସିନ୍ଦା ଲୋଭାବତୀ ପରିଡାଙ୍କର ୫ ପୁଅଝିଅ ଅଛନ୍ତି । ପ୍ରଭାତୀ ହେଉଛନ୍ତି ତାଙ୍କର ତୃତୀୟ ସନ୍ତାନ। ମାଆଙ୍କ ମୃତ୍ୟୁ ଖବର ଶୁଣି ପୈତୃକ ଗାଁ ନିଭରଣରେ ପହଞ୍ଚଛନ୍ତି ପ୍ରଭାତୀ ପରିଡ଼ା। ସେଠାରେ ଲୋଭାବତୀଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

Leave A Reply

Your email address will not be published.