ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଲ୍ୟାଣ୍ଡମାଇନ ବିସ୍ଫୋରଣ: ୨ ଯବାନ ଗୁରୁତର

0

ଛତିଶଗଡ: ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଛି। ଛତିଶଗଡ଼ର ବିଜାପୁର ଜିଲାରେ ପୁଣି ଥରେ ନକ୍ସଲଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଆଇଇଡି ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି ଯବାନ। ବିସ୍ଫୋରଣରେ ସୁରକ୍ଷାବାହିନୀର ୨ ଜଣ ଯବାନ ଆହତ ହୋଇଛନ୍ତି।ଆହତଙ୍କୁ ଚିକିତ୍ସା ପାଇଁ ବିଜାପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଯବାନଙ୍କ ନାମ ମୃଦୁଲ୍‌ ବର୍ମନ ଓ ମହମ୍ମଦ ଇସହାକ ଏବଂ ଦୁହେଁ କୋବ୍ରା ୟୁନିଟ୍‌ର ବୋଲି ଜଣାପଡ଼ିଛି। ଉଭୟଙ୍କ ଗୋଡ଼ରେ ଆଘାତ ଲାଗିଛି।

ସୂଚନା ଅନୁସାରେ, ବିଜାପୁର ଜିଲାର ବାସାଗୁଡ଼ା ଥାନା ଅନ୍ତର୍ଗତ ପୁତକେଲ କ୍ୟାମ୍ପରୁ ସିଆରପିଏଫ ଓ କୋବ୍ରାର ଏକ ମିଳିତ ଦଳ କ୍ଷେତ୍ର ପରିଦର୍ଶନରେ ବାହାରିଥିବା ସମୟରେ ମାଓବାଦୀଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା। ଫଳରେ ୨ ଜଣ ଯବାନ ଆହତ ହୋଇଥିଲେ। ଦୁଇ ଯବାନଙ୍କୁ ତୁରନ୍ତ ହେଲିକ୍ୟାପ୍ଟର ଯୋଗେ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଦୁଇ ଯବାନ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।

Leave A Reply

Your email address will not be published.