ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଯାତ୍ରୀବାହୀ ଡଙ୍ଗା ଓଲଟି ୩ ମୃତ

0

ବିହାର: ଯାତ୍ରୀବାହୀ ଡଙ୍ଗା ଓଲଟି ଚଲିଗଲା ୩ ଜଣଙ୍କ ଜୀବନ। ବିହାର କଟିହାର ଜିଲ୍ଲାରେ ସକାଳୁ ସକାଳୁ ଏକ ବଡ଼ ଧରଣର ଅଘଟଣ ଘଟିଛି। ଗଙ୍ଗା ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ୩ ଜଣଙ୍କ ଜୀବନ ଚାଲିଯାଇଛି। ଡଙ୍ଗାରେ ୧୭ଜଣ ଥିବା ବେଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।
ଖବର ମୁତାବକ, ଡଙ୍ଗାଟି ଦକ୍ଷିଣ କରିମୁଲ୍ଲାପୁରର ମେଘୁ ଘାଟରୁ ଗଦାଇ ଦିୟାରା ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ଡଙ୍ଗାରେ ଲୋକମାନେ ନଦୀର ଆରପଟେ ଥିବା ଜମିରେ ଚାଷକାମ ଦେଖିବାକୁ ଯାଉଥିଲେ। କିନ୍ତୁ ନଦୀର ପ୍ରଖର ସ୍ରୋତରେ ଭାରସ୍ୟାମ ହରାଇ ଡଙ୍ଗାଟି ଓଲଟି ପଡିଥିଲା।

ତେବେ ଡଙ୍ଗାରେ ୧୭ରୁ ଅଧିକ ଜଣ ଯାତ୍ରୀ ଥିବା ବେଳେ ୪ଜଣ ପହଁରି ପହଁରି ପଳେଇ ଆସିଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଏସଡିଆରଏଫ ଏବଂ ପୋଲିସ। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି। ଏପର୍ଯ୍ୟନ୍ତ ୩ଜଣଙ୍କ ମୃତଦେହ ଜବତ ହୋଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶା କରାଯାଉଛି। ନିଖୋଜ ଥିବା ଅନ୍ୟମାନଙ୍କ ଖୋଜା ଚାଲିଛି। ସେପଟେ ମିଳିଥିବା ୩ ମୃତକଙ୍କ ପରିଚୟ ମିଳିଛି। ଘଟଣାସ୍ଥଳରେ ନଦୀର ପ୍ରବାହ ଜୋର ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ପୋଲିସ ଏବଂ ଏନଡିଆରଏଫ ଟିମ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ନିଖୋଜଙ୍କୁ ଖୋଜୁଛି।

Leave A Reply

Your email address will not be published.