ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ସୈଫଙ୍କୁ ଛୁରାମାଡ କରିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ

0

ମୁମ୍ବାଇ: ଅଭିନେତା ସୈଫ ଅଲି ଖାନଙ୍କୁ ଆକ୍ରମଣ ଘଟଣାରେ ପୋଲିସକୁ ମିଳିଛି ବଡ ସଫଳତା। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ମୁମ୍ବାଇ ପୋଲିସ। ରବିବାର ହିରାନାନ୍ଦାନୀ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ବାଂଲାଦେଶୀ ହୋଇଥିବା ସନ୍ଦେହ କରାଯାଉଛି।
ପୋଲିସ ସୂଚନା ଅନୁଯାୟୀ, “ଅଭିଯୁକ୍ତ ଜଣକ ବାଂଲାଦେଶର ହୋଇଥିବା ନେଇ ସନ୍ଦେହ କରାଯାଉଛି। କାରଣ ତା ପାଖରେ ଭାରତୀୟ ହୋଇଥିବା ନେଇ କୌଣସି ପ୍ରମାଣ ପତ୍ର ନାହିଁ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ଜଣକ ବେଆଇନ ଭାବେ ଭାରତରେ ପ୍ରବେଶ କରିବା ପରେ ନାଁ ପରିବର୍ତ୍ତନ କରି ବିଜୟ ଦାସ ରଖିଥିଲା। ୫ରୁ ୬ ମାସ ତଳେ ସେ ମୁମ୍ବାଇ ଆସିଥିଲା। ଅଭିଯୁକ୍ତ ଜଣକ ହାଉସକିପିଙ୍ଗ ଏଜେନ୍ସିରେ କାମ କରୁଥିଲା।
ପୋଲିସ ମୋବାଇଲ ଲୋକେସନରୁ ଅଭିଯୁକ୍ତକୁ ଟ୍ରାକ କରି ଧରିବାରେ ସଫଳ ହୋଇଥିଲା। ମୁମ୍ବାଇର ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ, ଅଭିଯୁକ୍ତ ମହମ୍ମଦ ସଜ୍ଜାଦ ଓରଫ ବିଜୟ ଦାସର ମୋବାଇଲ ଲୋକେସନ ବଡବଲି ପୋଲିସ ଷ୍ଟେସନ ଅଞ୍ଚଳରେ ମିଳିଥିଲା। ପୋଲିସ ସର୍ଚ୍ଚ ଅପରେସନକୁ ଜୋରଦାର କରି ତାକୁ ଗିରଫ କରିଛି।

ପୋଲିସ ପଚାରିବା ବେଳେ ସେଇଟା ସୈଫ ଅଲ୍ଲୀ ଖାନଙ୍କ ଘର ବୋଲି ଜାଣିନଥିବା କଥା କହିଛି ଅଭିଯୁକ୍ତ। ତାର ଉଦ୍ଦେଶ୍ୟ ଖାଲି ଚୋରି କରିବା ଥିଲା। ତେଣୁ ସେ ଘରେ ପଶିଯାଇଥିଲା। ହତାଠ୍ ତାର ସାମ୍ନାକୁ ସୈଫ ଅଲ୍ଲୀ ଖାନ ଆସିଯିବାରୁ ସେ ଛୁରୀରେ ଆକ୍ରମଣ କରିଥିଲା। ଫଳରେ ସୈଫ ଅଲ୍ଲୀ ଖାନ ଆହତ ହୋଇଥିଲେ। ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ କୌଣସି ଅପରାଧୀକ ମାମଲା ନଥିବା ପୋଲିସ କହିଛି। ପୋଲିସ ମହମ୍ମଦ ଶହଜାଦ ବିଷୟରେ ଆହୁରି ଅଧିକ ଜାଣିବା ପାଇଁ ଚେଷ୍ଟା କରୁଛି। କିପରି ସେ ଜଣେ ବାଲାଂଦେଶୀ ନାଗରିକ ହୋଇ ଭାରତ ଭିତରେ ଅବେଧ ପ୍ରବେଶ କରିଥିଲା।

୧୬ ତାରିଖ ରାତିରେ ଜଣେ ଅଜଣା ଲୋକ ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ତାଙ୍କ ଘରେ ଥିବା ଚାକରଙ୍କ ସହ ପାଟିତୁଣ୍ଡ କରିଥିଲା। ପାଟିତୁଣ୍ଡ ଶୁଣି ସୈଫ ଅଲ୍ଲୀ ଖାନ ରୁମ୍ରୁ ବାହାରକୁ ଆସିଥିଲେ। ଆଉ ପରିବାର ଲୋକଙ୍କୁ ବଞ୍ଚାଇବାକୁ ଯାଇ ତା ସହ ଝଗଡା କରିଥିଲେ। ଏଥିରେ ଅଜଣା ଲୋକ ଜଣଙ୍କ ରାଗି ଯାଇ ସୈଫଙ୍କୁ ଛୁରିରେ ଆକ୍ରମଣ କରିଥିଲା। କେବଳ ସୈଫ ଅଲ୍ଲୀ ଖାନଙ୍କ ଉପରେ ୬ ଥର ଛୁରିରେ ଆକ୍ରମଣ କରିବା ପରେ ସେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସର୍ଜରୀ ପରେ ଏବେ ସେ ବିପଦମୁକ୍ତ ଅଛନ୍ତି।

Leave A Reply

Your email address will not be published.