ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଦୁର୍ଘଟଣାରେ ମନୁ ଭାକରଙ୍କ ମାମୁଁ ଓ ଆଈ ମୃତ

0

ହରିୟାଣା: ଏକ ସଡକ ଦୁର୍ଘଟଣାରେ ଅଲିମ୍ପିକ୍ସ ପଦକ ବିଜେତା ମନୁ ଭାକରଙ୍କ ମାମୁଁ ଏବଂ ଆଈଙ୍କ ମୃତ୍ୟୁ ଘଟିଛି। ହରିୟାଣା ମହେନ୍ଦ୍ରଗଡ଼ ବାଇପାସ୍‌ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ମନୁଙ୍କ ମାମୁଁ ଏବଂ ଆଈ ଏକ ସ୍କୁଟିରେ ଯାଉଥିବାବେଳେ ସାମ୍ନା ପଟୁ ଗୋଟିଏ କାର ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ କାର ଚାଳକ ଗାଡ଼ି ସହିତ ଫେରାର ହୋଇଯାଇଛି।

ରବିବାର ସକାଳେ ମନୁଙ୍କ ମାମୁଁ ଯୁଦ୍ଧବୀର ନିଜ ମା’ ସାବିତ୍ରୀଙ୍କୁ ନେଇ ସ୍କୁଟିରେ ଯାଉଥିଲେ। ଯୁଦ୍ଧବୀର ହରିୟାଣା ରୋଡଓ୍ବେଜରେ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ତେଣୁ ସେ ନିଜ ମା’ଙ୍କୁ ସାନପୁଅ ଘରେ ଛାଡ଼ି ଡ୍ୟୁଟି ଯାଇଥାଆନ୍ତେ। ସେ ଯାଉଥିବା ବେଳେ ତାଙ୍କୁ ଏକ ବ୍ରେଜା ଗାଡ଼ି ଜୋରଦାର୍‌ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ପୁଲିସ ଉଭୟଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ସିଭିଲ୍‌ ହସ୍ପିଟାଲକୁ ପଠାଇଛନ୍ତି। ତେବେ ତାଙ୍କ ମାମୁଁଙ୍କ ବୟସ ୫୦ ବର୍ଷ ହୋଇଥିବା ବେଳେ ଆଈଙ୍କ ବୟସ ୭୦ ବର୍ଷ ଥିଲା।

Leave A Reply

Your email address will not be published.