ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ଷଷ୍ଠ ଅର୍ଥ କମିଶନର ଅଧ୍ୟକ୍ଷ ହେଲେ ଅବସରପ୍ରାପ୍ତ ଆଇଏଏସ ଅରୁଣ ପଣ୍ଡା

0

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଷଷ୍ଠ ଅର୍ଥ କମିଶନ ଗଠନ କରିଛନ୍ତି। କମିଶନର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ ଅରୁଣ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି। କମିଶନରେ ଜଣେ ସଦସ୍ୟ ସଚିବଙ୍କ ସମେତ ୩ ଜଣ ସଦସ୍ୟ ରହିଛନ୍ତି। ଏଥିରେ ଜାଭିଅର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଭୁବନେଶ୍ୱରର ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପଣ୍ଡିଚେରୀ ବିଶ୍ବବିଦ୍ୟାଳୟର ପ୍ରଫେସର ଅମରେଶ ସାମନ୍ତରାୟ ଓ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସର ପ୍ରଫେସର ଡ. ବିଭୂପ୍ରସାଦ ନାୟକ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। କମିଶନର ସଦସ୍ୟ ସଚିବ ଭାବେ ଅର୍ଥ ବିଭାଗ ଅତିରିକ୍ତ ସଚିବ ସତ୍ୟପ୍ରିୟ ରଥ କାର୍ଯ୍ୟ କରିବେ।

ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଆୟୋଗ ୨୦୨୬ ଏପ୍ରିଲ ପହିଲାରୁ ପରବର୍ତ୍ତୀ ୫ବର୍ଷ ପାଇଁ ରାଜ୍ୟର ଆର୍ଥିକ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ସୁପାରିଶ କରିବେ। ଆଉ ରାଜ୍ୟ ପଂଚମ ଅର୍ଥ ଆୟୋଗଙ୍କ ସୁପାରିଶକୁ କିଭଳି କାର୍ଯ୍ୟକାରୀ କରାଯାଇଛି ତା’ର ମଧ୍ୟ ସମୀକ୍ଷା କରିବେ। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳ ନିଜର କ୍ଷମତାର ଉପଯୋଗ କରି ରାଜ୍ୟ ଷଷ୍ଠ ଅର୍ଥ ଆୟୋଗର ଗଠନ କରିଛନ୍ତି। ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟଙ୍କ କାର୍ଯ୍ୟକାଳ ବିଜ୍ଞପ୍ତି ପ୍ରକାଶ ପାଇବାର ୬ମାସ ପର୍ଯ୍ୟନ୍ତ ରହିବ। ସଦସ୍ୟ ସଚିବଙ୍କ ବ୍ୟତୀତ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟମାନେ ଆୟୋଗରେ ପୂର୍ଣ୍ଣକାଳୀନ ଅବା ପାର୍ଟଟାଇମ୍ ସେବା ପ୍ରଦାନ କରିପାରିବେ। ସଦସ୍ୟ ସଚିବ ଶ୍ରୀ ରଥ ନିଜର କାର୍ଯ୍ୟ ସହ ଆୟୋଗ ନିମନ୍ତେ ପୂର୍ଣ୍ଣକାଳୀନ ସେବା ଦେବେ। ଆୟୋଗ ମୁଖ୍ୟତଃ ରାଜ୍ୟ ଓ ତ୍ରିସ୍ତରୀୟ ପଂଚାୟତିରାଜ ଅନୁଷ୍ଠାନ ଓ ସହରାଂଚଳ ସ୍ୱାୟତ୍ତ ସଂସ୍ଥା ମଧ୍ୟରେ ଟିକସ ଆବଂଟନ, ଦାୟିତ୍ୱ, ରାଜ୍ୟ ଦ୍ୱାରା ସଂଗୃହୀତ ଟୋଲ୍ ଓ ଫି ଆଦି ସମ୍ପର୍କରେ ନିଜର ରିପୋର୍ଟ ଦେବେ।

Leave A Reply

Your email address will not be published.