ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ପାରାଦୀପରେ ଉଠାଦୋକାନୀଙ୍କୁ ଧକ୍କା ଦେଲା ବୋଲେରୋ,୨ ଗୁରୁତର

0

ପାରାଦୀପ: ପାରାଦୀପ ସମୁଦ୍ର କୂଳରେ ସୋମବାର ଏକ ସିରିଜ ଦୁର୍ଘଟଣା ଘଟିଛି। ଆଜି ଏହି ବୋଲେରୋଟି ପାରାଦୀପ ସମୁଦ୍ର କୂଳରେ ଥିବା ୧୦ ଉଠା ଦୋକାନୀଙ୍କୁ ଧକ୍କା ଦେଇଥିଲା ଏବଂ ଏହାପରେ ସେଠାରେ ଥିବା କାଠ ପୋଲରେ ପିଟି ହୋଇଥିଲା। ଏହି ସିରିଜ ଦୁର୍ଘଟଣାରେ ୨ ଦୋକାନୀ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଅଠରବାଙ୍କୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଦୁର୍ଘଟଣା ଘଟାଇବା ପରେ ବୋଲେରୋ ଥିବା ୪ଜଣଙ୍କୁ ବାହାରକୁ ଆଣି ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଥିଲେ।

ଖବର ପାଇ ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ପାରାଦୀପ ସମୁଦ୍ର କୂଳରେ ସିରିଜ ଦୁର୍ଘଟଣା ଘଟାଇ ୨ଜଣଙ୍କୁ ଗୁରୁତର କରିବା ସହ ୧୦ଟି ଉଠା ଦୋକାନୀଙ୍କୁ ଧକ୍କା ଦେବା ଅଭିଯୋଗରେ ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୁଲିସ ୪ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏହାସହିତ ସିରିଜ ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ପୁଲିସ ଜବତ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.