ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପାରାଦୀପରେ ଉଠାଦୋକାନୀଙ୍କୁ ଧକ୍କା ଦେଲା ବୋଲେରୋ,୨ ଗୁରୁତର

0

ପାରାଦୀପ: ପାରାଦୀପ ସମୁଦ୍ର କୂଳରେ ସୋମବାର ଏକ ସିରିଜ ଦୁର୍ଘଟଣା ଘଟିଛି। ଆଜି ଏହି ବୋଲେରୋଟି ପାରାଦୀପ ସମୁଦ୍ର କୂଳରେ ଥିବା ୧୦ ଉଠା ଦୋକାନୀଙ୍କୁ ଧକ୍କା ଦେଇଥିଲା ଏବଂ ଏହାପରେ ସେଠାରେ ଥିବା କାଠ ପୋଲରେ ପିଟି ହୋଇଥିଲା। ଏହି ସିରିଜ ଦୁର୍ଘଟଣାରେ ୨ ଦୋକାନୀ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଅଠରବାଙ୍କୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ଦୁର୍ଘଟଣା ଘଟାଇବା ପରେ ବୋଲେରୋ ଥିବା ୪ଜଣଙ୍କୁ ବାହାରକୁ ଆଣି ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଥିଲେ।

ଖବର ପାଇ ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ପାରାଦୀପ ସମୁଦ୍ର କୂଳରେ ସିରିଜ ଦୁର୍ଘଟଣା ଘଟାଇ ୨ଜଣଙ୍କୁ ଗୁରୁତର କରିବା ସହ ୧୦ଟି ଉଠା ଦୋକାନୀଙ୍କୁ ଧକ୍କା ଦେବା ଅଭିଯୋଗରେ ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୁଲିସ ୪ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଏହାସହିତ ସିରିଜ ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ପୁଲିସ ଜବତ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.