ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି ଓଡିଶା : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ରାଜ୍ୟରେ ନିବେଶକଙ୍କ ମହାମିଳନ। ପ୍ରମୁଖ ନିବେଶକମାନେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ଯୋଗ ଦେଇ ଓଡିଶା ବିକାଶ ପାଇଁ ସହଯୋଗର ହାତ ବଢେଇଛନ୍ତି। ଯାହାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଓଡ଼ିଶା ପୂର୍ବୋଦୟର ଇଞ୍ଜିନ ହେବାକୁ ଯାଉଛି। ସିଙ୍ଗିଲ ୱିଣ୍ଡୋ କ୍ଲିଅରାନ୍ସ ଜରିଆରେ ଶିଳ୍ପ ପାଇଁ ପ୍ରତିବନ୍ଧକ ଦୂର କରିଛୁ । ଓଡ଼ିଶାରେ ଶିଳ୍ପ ବିକାଶ ପାଇଁ ଅପାର ସୁଯୋଗ ରହିଛି। ଉତ୍କର୍ଷ ଓଡିଶା ପାଇଁ ୫ ଲକ୍ଷ କୋଟି ଟଙ୍କାର ଆଶା ରଖାଯାଇଥିଲା। କିନ୍ତୁ ତାହାର ୩ ଗୁଣା ଅଧିକ ହେବ ବୋଲି ଆହୁରି ଆଶା ବଢ଼ିଥିବା ସେ କହିଛନ୍ତି। ଏଥିସହିତ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ସମସ୍ତ ନିବେଶକଙ୍କୁ ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆଜିଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ। ନିବେଶ ପାଇଁ ଓଡ଼ିଶାରେ ଶିଳ୍ପହସ୍ତୀ, ଆମେରିକା, ଜର୍ମାନୀ, ଅଷ୍ଚ୍ରେଲିଆ, ସିଙ୍ଗାପୁର, ମାଲେସିଆ, ବେଲାରୁସ, ୟୁକେ ଭଳି ୧୬ଟି ଦେଶର ପ୍ରତିନିଧି ଜନତା ମୈଦାନର ଶିଳ୍ପ ସମ୍ମିଳନୀରେ ସାମିଲ ହୋଇଛନ୍ତି। ଯାହାକୁ ଆଜି ଉଦଘାଟିତ କରିଛନ୍ତି ପ୍ରଧାମନ୍ତ୍ରୀ ମୋଦି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଶିଳ୍ପପତି ନୀନ ଜିନ୍ଦଲ, ଅନୀଲ ଅଗ୍ରଓ୍ବାଲ, ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା, ସଜନ ଜିନ୍ଦଲ, କରଣ ଆଦାନୀ ସାମିଲ ଅଛନ୍ତି। ଯେଉଁଥିରେ ଶହେରୁ ଅଧିକ ଶିଳ୍ପପତିଙ୍କ ସହ ଏମଓୟୁ ସ୍ୱାକ୍ଷାର କରିବା ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.