ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଲଡୁ ମହୋତ୍ସବ ବେଳେ ମଞ୍ଚ ଭୁଶୁଡ଼ି ୭ ଭକ୍ତ ମୃତ୍ୟୁ, ୭୫ ଆହତ

0

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶର ବାଗପତ ଜିଲାରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଚାଲିଥିବା ଭଗବାନ ଆଦିନାଥଙ୍କ ନିର୍ବାଣ ଲଡୁ ମହୋତ୍ସବରେ ଷ୍ଟେଜ ଭୁଶୁଡ଼ି ୭ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୭୫ଜଣ ଭକ୍ତ ଆହତ ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ ଏହି ମର୍ମନ୍ତୁଦ ଦୁର୍ଘଟଣା ବାରୌତ ସହର କୋତୱାଲି ଅଞ୍ଚଳର ଗାନ୍ଧୀ ରୋଡରେ ଘଟିଛି। ମହୋତ୍ସବରେ ପାଇଁ ୬୫ ଫୁଟ ଉଚ୍ଚ ମଞ୍ଚ ନିର୍ମାଣ କରାଯାଇଥିଲା। ମଙ୍ଗଳବାର ନିର୍ବାଣ ମହୋତ୍ସବ ଅଧୀନରେ ଏକ ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା। ଏନେଇ ମଞ୍ଚରେ ବହୁ ସଂଖ୍ୟକ ଭକ୍ତ ଉପସ୍ଥିତ ରହିଥିଲେ। ସେତିକିବେଳେ ଅସ୍ଥାୟୀ ସିଡ଼ି ଖସି ପଡିବାରୁ ମଞ୍ଚ ଭୁଶୁଡି ପଡିଥିଲା। ଫଳରେ ମଞ୍ଚ ତଳେ ଭକ୍ତମାନେ ଚାପି ହୋଇଯାଇଥିଲେ। ଏପରିକି ଘଟଣାସ୍ଥଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ତେବେ ଏହି ଅଘଟଣ ପରେ ତୁରନ୍ତ ଆମ୍ବୁଲାନ୍ସ ନମିଳିବାରୁ ଆହତମାନଙ୍କୁ ଏକ ଇ-ରିକ୍ସାରେ ଡାକ୍ତରଖାନା ନିଆଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇ ବଡୋତ କୋତୱାଲି ଇନ୍ସପେକ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତଙ୍କ ମଧ୍ୟରେ ପ୍ରାୟ ୧୫ ଜଣ ପୋଲିସ କର୍ମୀ ମଧ୍ୟ ରହିଛନ୍ତି।

Leave A Reply

Your email address will not be published.