ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହଙ୍କ ଇସ୍ତଫା; ଇମ୍ଫାଲସ୍ଥିତ ରାଜଭବନରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କ ସହ ସାକ୍ଷାତ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି
ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ଅଟକିଲା ମ୍ୟାଚ୍

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ଏସ୍‌ଆଇ

0

ଯାଜପୁର: ଯାଜପୁର ଜିଲା ସୁକିନ୍ଦା ଥାନାରେ କାର୍ଯ୍ୟରତ ପୋଲିସ ଏସ୍‌ଆଇ ଅଭୟ ନାୟକଙ୍କୁ ଶନିବାର ଭିଜିଲାନ୍ସ ଉଠାଇନେଇଛି। ଲାଞ୍ଚ ନେଉଥିବାବେଳେ ଧରାପଡିଲେ ଏସଆଇ ଅଭୟ କୁମାର ନାୟକ। ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ।

ମିଳିଥିବା ସୂଚନା ମୁତାବକ, ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ କହି ପୋଲିସ ଏସ୍‌ଆଇ ଅଭୟ ଲାଞ୍ଚ ମାଗିଥିଲେ। ତେବେ ଏସଆଇ ଅଭୟ ଏହି ବିବାଦର ସମାଧାନ ପାଇଁ ପୂର୍ବରୁ ୧୦୦୦ ଟଙ୍କା ନେଇଥିବାବେଳେ, ପରେ ଅଭିଯୋଗକାରୀଙ୍କୁ ଆହୁରି ୪୦୦୦ ଟଙ୍କା ଦେବାକୁ କହିଥିଲେ, ନଚେତ୍ ତାଙ୍କୁ ଫୌଜଦାରୀ ମାମଲାରେ ଫସାଇ ଦିଆଯିବ ବୋଲି ଧମକ ଦେଇଥିଲା।

କୌଣସି ବିକଳ୍ପ ନ ପାଇ, ବ୍ୟକ୍ତି ଜଣକ ଭିଜିଲାନ୍ସକୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ। ଏନେଇ ଅଧିକାରୀମାନେ ଯୋଜନା ପ୍ରସ୍ତୁତ କରିଥିଲେ। ନୀଳାଚଳ ଅଭିଯୋଗକାରୀଙ୍କଠାରୁ ଦାବି କରାଯାଇଥିବା ଲାଞ୍ଚ ଟଙ୍କା ଇସ୍ପାତ କାରଖାନା ଆଗରେ ନେବା ସମୟରେ ପୂର୍ବ ଯୋଜନା ଅନୁଯାୟୀ, ଏସଆଇ ନାୟକଙ୍କୁ ରେଡ୍ ହ୍ୟାଣ୍ଡ କାବୁ କରିଥିଲା ଭିଜିଲାନ୍ସ ଟିମ୍। ଏହା ପରେ ଲାଞ୍ଚୁଆ ଏସଆଇ ଅଭୟ ନାୟକଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହା ସହ ପୋଲିସ ଏସ୍‌ଆଇଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଧିକ ପଚରାଉଚରା କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.