ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ଏସ୍‌ଆଇ

0

ଯାଜପୁର: ଯାଜପୁର ଜିଲା ସୁକିନ୍ଦା ଥାନାରେ କାର୍ଯ୍ୟରତ ପୋଲିସ ଏସ୍‌ଆଇ ଅଭୟ ନାୟକଙ୍କୁ ଶନିବାର ଭିଜିଲାନ୍ସ ଉଠାଇନେଇଛି। ଲାଞ୍ଚ ନେଉଥିବାବେଳେ ଧରାପଡିଲେ ଏସଆଇ ଅଭୟ କୁମାର ନାୟକ। ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ।

ମିଳିଥିବା ସୂଚନା ମୁତାବକ, ସ୍ବାମୀ ସ୍ତ୍ରୀ ବିବାଦର ସମାଧାନ କରିବାକୁ କହି ପୋଲିସ ଏସ୍‌ଆଇ ଅଭୟ ଲାଞ୍ଚ ମାଗିଥିଲେ। ତେବେ ଏସଆଇ ଅଭୟ ଏହି ବିବାଦର ସମାଧାନ ପାଇଁ ପୂର୍ବରୁ ୧୦୦୦ ଟଙ୍କା ନେଇଥିବାବେଳେ, ପରେ ଅଭିଯୋଗକାରୀଙ୍କୁ ଆହୁରି ୪୦୦୦ ଟଙ୍କା ଦେବାକୁ କହିଥିଲେ, ନଚେତ୍ ତାଙ୍କୁ ଫୌଜଦାରୀ ମାମଲାରେ ଫସାଇ ଦିଆଯିବ ବୋଲି ଧମକ ଦେଇଥିଲା।

କୌଣସି ବିକଳ୍ପ ନ ପାଇ, ବ୍ୟକ୍ତି ଜଣକ ଭିଜିଲାନ୍ସକୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ। ଏନେଇ ଅଧିକାରୀମାନେ ଯୋଜନା ପ୍ରସ୍ତୁତ କରିଥିଲେ। ନୀଳାଚଳ ଅଭିଯୋଗକାରୀଙ୍କଠାରୁ ଦାବି କରାଯାଇଥିବା ଲାଞ୍ଚ ଟଙ୍କା ଇସ୍ପାତ କାରଖାନା ଆଗରେ ନେବା ସମୟରେ ପୂର୍ବ ଯୋଜନା ଅନୁଯାୟୀ, ଏସଆଇ ନାୟକଙ୍କୁ ରେଡ୍ ହ୍ୟାଣ୍ଡ କାବୁ କରିଥିଲା ଭିଜିଲାନ୍ସ ଟିମ୍। ଏହା ପରେ ଲାଞ୍ଚୁଆ ଏସଆଇ ଅଭୟ ନାୟକଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହା ସହ ପୋଲିସ ଏସ୍‌ଆଇଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ଅଧିକ ପଚରାଉଚରା କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.