ପ୍ରମୁଖ ଖବର

ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ଚାଉଳ ମିଲିଂ ଦର ଦ୍ୱିଗୁଣ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ମଣିପୁରରେ ପୁଣି ରକ୍ତପାତ: ଗୁଳିମାଡ଼ରେ ୩ ଗ୍ରାମବାସୀ ମୃତ
ରାଜ୍ୟରେ ବଢ଼ିଛି ଶିଶୁ ଟିକାକରଣ ହାର, ସହରଠାରୁ ଗ୍ରାମାଞ୍ଚଳ ଆଗରେ
ବାଲିଗୁଡ଼ା ଏଇଇ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍
ବିରୋଧୀ ଦଳ ନେତା ନିଯୁକ୍ତିକୁ ନେଇ ହାଇକୋର୍ଟ ଯିବ ଟିଏମସି
ବୋର୍ଡ-ନିଗମର ଖାଲି ପଦ ପୂରଣ ପାଇଁ ତତ୍ପର ସରକାର, ଜୁନ୍ ୩୦ ସୁଦ୍ଧା ୧୧୮୩ ନିଯୁକ୍ତି ଲକ୍ଷ୍ୟ
ଏମ୍ସ ଭୁବନେଶ୍ୱରରେ ମହିଳାଙ୍କ ହାତରୁ କଢ଼ାଗଲା ୭ କିଲୋଗ୍ରାମର ବିଶାଳ ଟ୍ୟୁମର
ଜନ୍ତରମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ର ବିଶାଳ ବିକ୍ଷୋଭ, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

୨୦୦ ଫୁଟ ତଳକୁ ଖସିଲା ବସ୍‌; ୭ ମୃତ

0

ନାସିକ: ନାସିକ-ସୁରକ୍ଷ ରାଜପଥର ସାପୁତାରା ଘାଟରେ ରବିବାର ସକାଳେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ୫୦ଜଣ ଭକ୍ତଙ୍କୁ ନେଇ ଯାଉଥିବା ଏକ ବିଳାସପୂର୍ଣ୍ଣ ଘରୋଇ ବସ୍‌ ନିୟନ୍ତ୍ରଣ ହରାଇ ୨୦୦ ଫୁଟ ଗଭୀର ଖାଲକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ୧୫ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ଟି ପଡ଼ିବା ମାତ୍ରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଦୁର୍ଘଟଣାରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭକ୍ତଙ୍କୁ ନେଇ ପ୍ରୟାଗରାଜର ମହାକୁମ୍ଭରୁ ଆସୁଥିଲା। ସେଠାରୁ ଗୁଜରାଟର ଧାର୍ମିକ ସ୍ଥଳ ପରିଦର୍ଶନକ କରିବାକୁ ଯାଉଥିଲା। ଏହି ସମୟରେ ସାପୁତାରର ମାଲେଗାଓଁ ଘାଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନାନୁଯାୟୀ, ସକାଳ ପ୍ରାୟ ସାଢ଼େ ୫ଟାରେ ନାସିକ-ସୁରଟ ରାଜପଥର ସାପୁତାରା ଘାଟ ନିକଟରେ ଘରୋଇ ବସ୍‌ ନିୟନ୍ତ୍ରଣ ହରାଇ ୨୦୦ ଫୁଟ୍‌ ଗଭୀର ଘାଟିରେ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ତୁରନ୍ତ ଚିତ୍କାର ଏବଂ ପାଟିତୁଣ୍ଡରେ ଆଖପାଖ ଅଞ୍ଚଳ ଫାଟି ପଡ଼ିଥିଲା। ପାଖରେ ଥିବା ଲୋକେ ବସ୍‌ ଦୁର୍ଘଟଣା ପରେ ତୁରନ୍ତ ଆହତମାନଙ୍କୁ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିଲେ। ପୋଲିସକୁ ମଧ୍ୟ ଏନେଇ ସୂଚନା ଦିଆଯାଇଥିଲା। ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଯାତ୍ରୀ ମଧ୍ୟପ୍ରଦେଶର। କୁମ୍ଭମେଳା ପରେ ସେ ନାସିକର ତ୍ରୟମ୍ବକେଶ୍ୱର ମନ୍ଦିର ଯାଇଥିଲେ। ଏହା ପରେ ସେ ଦେବ ଦର୍ଶନ ଲାଗି ଗୁଜରାଟ ଯାଉଥିଲେ।

Leave A Reply

Your email address will not be published.