ପ୍ରମୁଖ ଖବର

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୋମ୍ଫାକୋଣ୍ଡା ଆଶ୍ରମ ବିଦ୍ୟାଳୟରେ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ଆତ୍ମହତ୍ୟା
ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ
ଗୁଜରାଟରେ ଖୁବଶୀଘ୍ର ଲାଗୁ ହେବ ୟୁସିସି
ଲାଞ୍ଚ ନେଇ ଗିରଫ ହେଲେ ବିରମହାରାଜପୁର ଥାନା ଏଏସଆଇ
ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କଲେ ରାଜ୍ୟ ସରକାର
ରାଜଧାନୀ ଭୁବନେଶ୍ବରରେ ମୋ ବସ୍‌ ଧକ୍କାରେ ଚାଲିଗଲା ନାବଳିକାଙ୍କ ଜୀବନ

ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ

0

ଭୁବନେଶ୍ବର: ଚଳିତ ମାସ ୧୮ରୁ ହେବ ୨୦୨୫ର ଯୁକ୍ତ ଦୁଇ ପରୀକ୍ଷା, ମାର୍ଚ୍ଚ ୨୭ ଯାଏଁ ୧୨୭୬ଟି କେନ୍ଦ୍ରରେ ହେବ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଥର ଯୁକ୍ତ ଦୁଇ ପରୀକ୍ଷା ଦେବେ ୩ ଲକ୍ଷ ୯୩ ହଜାର ୬୧୮ ଜଣ ପରୀକ୍ଷାର୍ଥୀ। ମୋଟ ୨୨ଟି ସିଟିଙ୍ଗରେ ପରୀକ୍ଷା କରାଯିବ। ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ପରୀକ୍ଷା କେନ୍ଦ୍ର ହୋଇଥିବା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିସି ଟିଭି ବ୍ୟବସ୍ଥା ହୋଇଥିବା ପରିଷଦ କର୍ତୃପକ୍ଷ ସୂଚନା ଦେଇଛନ୍ତି। ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ଫଳ ପ୍ରକାଶ ପାଇବ। ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ରହିବ। ସବୁ ପରୀକ୍ଷା କେନ୍ଦ୍ରରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ସେହିପରି ସବୁ ସେଣ୍ଟରରେ ଲାଗିବ ସିସି ଟିଭି କ୍ୟାମେରା। ପରୀକ୍ଷା ସବୁକୁ ଠିକ୍ ରୁପେ ପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପରୀକ୍ଷାକୁ ନେଇ ଗୁଜବ ସୃଷ୍ଟିକରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନା ଅନୁଯାୟୀ, ଫେବୃଆରୀ ୧୮ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ୨ ଥିଓରି ପରୀକ୍ଷା ପାଇଁ ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ପ୍ରଶ୍ନପତ୍ର ଓ ଉତ୍ତରଖାତାଗୁଡ଼ିକ ପରୀକ୍ଷା ପରିଚାଳନା ହବ୍‌(ଇଏମ୍‌ଏଚ୍‌)କୁ ପଠାଯିବ। ପରୀକ୍ଷା ହବ୍‌ଗୁଡ଼ିକର ସୁରକ୍ଷା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ହବ୍‌ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥରକ ହବ୍‌ ସଂଖ୍ୟା ୨୦୫କୁ ବୃଦ୍ଧି ହୋଇଛି। ସେଥିମଧ୍ୟରୁ ୨୦୪ଟି ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ବୟଂଶାସିତ କଲେଜ, ବିଶ୍ବବିଦ୍ୟାଳୟରେ ହୋଇଥିବା ବେଳେ ଗୋଟିଏ ସବ୍‌-ଟ୍ରେଜେରିକୁ ହବ୍‌ ଭାବେ ଚିହ୍ନଟ କରାଯାଇଛି। ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ୟାକେଟ୍‌ ଗ୍ରହଣ ଓ ତାହାକୁ ପରୀକ୍ଷା କେନ୍ଦ୍ରକୁ ପଠାଇବା ଏବଂ ପରୀକ୍ଷା କେନ୍ଦ୍ରର ତଦାରଖ ଦିଗରେ ଇଏମ୍‌ଏଚ୍‌ଗୁଡ଼ିକ କାର୍ଯ୍ୟ କରିବ।

ତେବେ ଦିବ୍ୟାଙ୍ଗ ମାନଙ୍କୁ ପରୀକ୍ଷା ସମୟରେ ଅଧିକ ୨୦ ମିନିଟ ସମୟ ଦିଆଯିବ ବୋଲି ପରିଷଦ କର୍ତୃପକ୍ଷ କହିଛନ୍ତି। ଚଳିତ ଥର ପରୀକ୍ଷା ସମୟରେ କପି ରୋକିବା ପାଇଁ ପଞ୍ଚସ୍ଥରୀୟ ସ୍କ୍ୱାର୍ଡ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.